ଚିକିଟି : ଓଲଟିଲା ବେଆଇନ ଧାନ ବୋଝେଇ ଟ୍ରକ…


ଚିକିଟି : କେ ନୂଆଗାଁ ଥାନା କୋଳଥିଆ ଏବଂ କରବାଲୁଆ ମଝି ରାସ୍ତାରେ ହେଚ ପି ପେଟ୍ରୋଲ ଟେଙ୍କ ସମ୍ମୁଖରେ ଥିବା weight bridge ସମ୍ମୁଖରେ ଏକ ଧାନ ବୋଝେଇ ଟ୍ରକ ଟି ଓଲଟି ପଡ଼ିଛି।ସେଥିରେ ବେଆଇନ ଧାନ ବୋଝେଇ ହୋଇ ବାହାର ରାଜ୍ୟକୁ ଚୋରା ଚାଲାଣ ସମୟରେ ଓଜନ ପାଇଁ ଆସିଥିବା ବେଳେ ts 29 ta 1315 ନମ୍ବର ଟ୍ରକ ଟି ଅସାବଧାନତା ବଶତଃ ଓଲଟି ଯାଇଥିଲା।ତେବେ ଏ ଘଟଣା କୁ ଚପେଇ ଦେଇ ଗାଡି ଟିକୁ ଖସେଇ ଦେବାକୁ ଯୋଜନା ଚାଲିଥିବା ଅଭିଯୋଗ ହେଉଛି।ବର୍ତ୍ତମାନ ଧାନ ଅମଳ ସମୟ ହେତୁ ଯୋଗାଣ ବିଭାଗ ଓ ସ୍ଥାନୀୟ ଦଲାଲ ଙ୍କ ମଧୁ ଚନ୍ଦ୍ରିକା ରେ ମଣ୍ଡି ପରିବର୍ତ୍ତେ ବାହାର ରାଜ୍ୟ କୁ ଧାନ ପଠା ଯାଉଛି।ଏ ସବୁ ସ୍ଥାନୀୟ ପ୍ରଶାସନ ସହଯୋଗ ରେ ହେଉଥିବା ବେଳେ ସରକାର ଙ୍କ ମଣ୍ଡି ବ୍ୟବସ୍ଥା ର ବିଫଳତା ର ଉଦାହରଣ ବୋଲି ଆଲୋଚନା ହେଉଛି।ଏ ସମ୍ପର୍କରେ ସ୍ଥାନୀୟ ଧାନଘର ଫାଣ୍ଡି ଅଧିକାରୀ ବିଜୟ କୁମାର ପ୍ରଧାନ ଙ୍କୁ ଯୋଗଯୋଗ କରିବାରୁ ଧାନ ମିଲ କୁ ଯାଉଥିବା ବେଳେ ଏ ଦୁର୍ଘଟଣା ହେଇଥିବା ସଫେଇ ରେ କହିଛନ୍ତି।
ଅନ୍ୟ ପକ୍ଷରେ ଚାଷୀ ଧାନ ଅମଳ କରି ଖଳା କିମ୍ବା ଘରେ ରଖିଥିବା ବେଳେ ମଣ୍ଡି ରେ ଧାନ ନେବାକୁ ସ୍ଥାନୀୟ ସମବାୟ ସମିତିର କର୍ମଚାରୀ, ମିଲର, ଯୋଗାଣ ବିଭାଗ ବିଭିନ୍ନ ଆଳ କରି ଚାଷୀଙ୍କ ଠାରୁ ଧାନ ଫେରାଇ ଦେଉଛନ୍ତି।କଟନୀ ଛଟନି କରି ହଇରାଣ କରି ବାହାର ରାଜ୍ୟ କୁ ଧାନ ଚୋରା ଚାଲାଣ ସ୍ଥାନୀୟ ଦଲାଲ ଙ୍କ ସହାୟତା ରେ କରିଚାଲିଛନ୍ତି।ଏ ଘଟଣାରେ ଜିଲ୍ଲାପାଳ ହସ୍ତକ୍ଷେପ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

nis-ad
Leave A Reply

Your email address will not be published.