ଚେଇଁ ଶୋଇଛି ପ୍ରଶାସନ…!
ବ୍ରହ୍ମପୁର: ସାରା ରାଜ୍ୟରେ ଚିଟଫଣ୍ଡ ରେ ଟଙ୍କା ବିନିଯୋଗ କରି ଲୋକେ ହନ୍ତସନ୍ତ ହେବା ସହ ଆଜି ପର୍ଯ୍ୟନ୍ତ ଫେରସ୍ତ ଟଙ୍କା ପାଇନାହାନ୍ତି।ଗଞ୍ଜାମ ଜିଲ୍ଲାର ଆସିକା ତଥା ଏହାର ଆଖପାଖ ଅଞ୍ଚଳ ଗ୍ରୁପ ଋଣ ପ୍ରଦାନ କରି ସଂସ୍ଥାର ଅଫିସ ମାଳ ମାଳ ହୋଇ ଖୋଲା ଯାଇଛି। ଆନ୍ଧ୍ର ପ୍ରଦେଶ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ ଆଦି ଜିଲ୍ଲାରୁ ଏହି ଗ୍ରୁପ ଋଣ ପ୍ରଦାନ କାରି ଆସି ଗରିବ ମହିଳାଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଏହି ଗ୍ରୁପ ଋଣ ପ୍ରଦାନ କାରି ସଂସ୍ଥା ମାନଙ୍କ ଏଜେଣ୍ଟ ମାନେ ମହିଳା ମାନଙ୍କ ଆଧାର କାର୍ଡ଼, ଫୋଟ ସେମାନଙ୍କ କମ୍ପାନୀ ର ବିଭିନ୍ନ ଫର୍ମ ଗୁଡିକରେ ଦସ୍ତଖତ ନେଇଯାନ୍ତି। ତାପରେ ଋଣ ଟଙ୍କା ଦେଇ ଉଚ୍ଚ ସୁଧ ହାରରେ ସପ୍ତାହକୁ ଥରେ ଆସି ଟଙ୍କା ଆଦାୟ କରନ୍ତି। ସାପ୍ତାହିକ ଟଙ୍କା ଦେବାରେ ବିଳମ୍ବ ହେଲେ ଗ୍ରୁପ ସାରଙ୍କୁ ଦେଖି ମହିଳା ମାନେ ତାଟି କବାଟ ବନ୍ଦ କରିଦିଅନ୍ତି। ଋଣ ପରିଶୋଧ କରିବା ପରେବି କିଛି ଗ୍ରୁପ ଋଣ ପ୍ରଦାନକାରି ଋଣଦାତା ଙ୍କୁ ଆପଣଙ୍କ ସୁଧ ବକେୟା ରହିଥିବା ଦର୍ଶାଇ ଜୋର ଜୁଲୁମ କରି ଟଙ୍କା ଆଦାୟ କରୁଥିବା ବି ଆଲୋଚନା ହେଉଛି। ମୂଳ ଟଙ୍କା ସୁଧ ଟଙ୍କା ନେବା ପରେ ପୁଣି ଅଧିକା ଟଙ୍କା ଦାବୀ କରାଯାଏ। ଯଦି ଟଙ୍କା ନଦେଲେ ଋଣ ନେବା ବେଳେ ଦସ୍ତଖତ ନେଇଥିବା ଫର୍ମର ଅପବ୍ୟବହାର କରି ସିଭିଲ କରିବାର ଭୟ ଦେଖାଉଥିବା ମଧ୍ୟ ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ରେ ଆସିଥିବା ଟଙ୍କା DBT କରି ମହିଳାଙ୍କ ଆକାଉଣ୍ଟ ରୁ ନିଜ ଆକାଉଣ୍ଟ କୁ ନେଇଥିବା ଆଲୋଚନା ହେଲାଣି। ଆସିକା ଅଞ୍ଚଳ ରେ ୩୦ ରୁ ଉର୍ଦ୍ଧ ଗ୍ରୁପ ଋଣ ପ୍ରଦାନ କାରି ସଂସ୍ଥାଙ୍କ ଶାଖା ଓ ଅଫିସ ରହିଛି। ଆଧାର କାର୍ଡ଼ର କପି ଓ ମହିଳା ମାନଙ୍କ ଫୋଟ ନେଇ ଏହି ଋଣ ପ୍ରଦାନ କାରୀ ସଂସ୍ଥା ଶୋଷଣ କରିଲେ ବି ପ୍ରଶାସନ ପକ୍ଷରୁ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ। ଗରିବ ଗୁରୁବା ମହିଳା ମାନେ ଋଣ ନେଇ ହଟହଟା ହେବାର ଘଟଣା ଦିନକକୁ ଦିନ ବଢ଼ିବା ରେ ଲାଗିଛି। ଏଭଳି ଶୋଷଣ କାରୀ ସଂସ୍ଥା ଉପରେ ରୋକ ନ ଲାଗିଲେ ବହୁ ମହିଳା ସିଭିଲ ଖରାପ ହେବାର ଶିକାର ହେବା ସହ ଅନ୍ୟ କୌଣସି ସ୍ଥାନରୁ ଋଣ ଉଠାଇବାରୁ ବଞ୍ଚିତ ହେବେ। ସିଭିଲ ଖରାପ ହୋଇଯିବା ଭୟରେ ଘରର ଅସାଵ ପତ୍ର ବିକ୍ରି କରି ସୁଧ ଦେଉଥିବା ନଜିର ରହିଛି। ଋଣ ନାଁ ରେ ଶୋଷଣ କରୁଥିବା ସଂସ୍ଥା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସଚେତନ ମହଲ ରୁ ଦାବୀ ହେଉଛି।
Sign in
Sign in
Recover your password.
A password will be e-mailed to you.