ମହାକାଶ ଓ ସୌରମଣ୍ଡଳ ବିଷୟରେ ଜ୍ଞାନ ଆହରଣ ପାଇଁ ପ୍ରୟାସ…

ନୋଡାଲ ଏମ ଇ ସ୍କୁଲରେ ଖଗୋଳ ବିଜ୍ଞାନାଗାର ର ଶୁଭ ଉଦ୍ଘାଟନ।

ମାଲକାନଗିରି :ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ନୋଡାଲ ଏମ ଇ ସ୍କୁଲରେ ବିଶେଷ ଭାବରେ ନିର୍ମିତ କକ୍ଷରେ,ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀ ବଳଭଦ୍ର ମାଝୀଙ୍କ କରକମଳରେ ‘ଖଗୋଳ ବିଜ୍ଞାନାଗାର’ ( Astronomical Laboratory )ର ଶୁଭ ଉଦ୍ଘାଟନ ହୋଇଯାଇଛି । ଉକ୍ତ ଅନୁଷ୍ଠାନରେ ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମି, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ,ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ସାହୁ, ଡେପୁଟି କଲେକ୍ଟର ଅଶୋକ ଚକ୍ରବର୍ତ୍ତୀ,ଶିକ୍ଷାବିତ ଶିବ ପ୍ରସାଦ କୀର୍ତ୍ତନିୟା, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଖଣ୍ଡପାଣି, ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ଦିପ ଦାସ ମଧ୍ୟ ଉପସ୍ଥିତ ଥିଲେ ଏବଂ ଜଗତର ନାଥ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ପରେ, ମାନ୍ୟବର ସାଂସଦ ଫିତା କାଟି ଏହି ବିଜ୍ଞାନଗାର କୁ ଉଦଘାଟନ କରିଥିଲେ। ଏହାପରେ ସମସ୍ତ ଅତିଥି ମାନେ ଖଗୋଳ ବିଜ୍ଞାନାଗାର ରେ ଥିବା ବିଭିନ୍ନ ବିଜ୍ଞାନ ବିଷୟକ ଯନ୍ତ୍ରପାତି ଯଥା ଦୂରବିକ୍ଷଣ ଯନ୍ତ୍ର, ଅଣୁବୀକ୍ଷଣ ଯନ୍ତ୍ର ଏବଂ ଏଥି ସହିତ ଅନ୍ୟାନ୍ୟ ବିଜ୍ଞାନ ବିଷୟକ ଉପକରଣକ ଦେଖି ମୁଗ୍ଧ ହୋଇଯାଇ ଥିଲେ। ଏଥିସହିତ କାନ୍ଥରେ ବିଶ୍ଵ ବ୍ରହ୍ମାଣ୍ଡରେ ଥିବା ଗ୍ରହ ନକ୍ଷତ୍ର, ଛାୟାପଥ,ଧୂମକେତୁ ଇତ୍ୟାଦିର ଚିତ୍ର ଏବଂ ଭାରତର ବିଜ୍ଞାନ କ୍ଷେତ୍ରରେ କରାଯାଇ ଥିବା ବିଭିନ୍ନ ଉପକରଣ ଯଥା – ରକେଟ,ସାଟେଲାଇଟ, ମଙ୍ଗଳଯାନ, ଚନ୍ଦ୍ର ଯାନ,ଲ୍ୟାଣ୍ଡର ଏବଂ ମହାକାଶରୀ ମାନଙ୍କ ଚିତ୍ର ଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ। ଏହି ଖଗୋଳ ବିଜ୍ଞାନାଗାର ମାଲକାନଗିରି ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଜ୍ଞାନ ବିଷୟରେ ଶିକ୍ଷାଲାଭ କରିବା ଅତି ସହଜ ହେବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ। ଏହି ଉଦଘାଟନ ସମାରୋହ ରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସାଧାରଣ ଦର୍ଶକମାନେ ମଧ୍ୟ ଯୋଗଦାନ କରିଥିଲେ।

nis-ad
Leave A Reply

Your email address will not be published.