ବାଲିଗୁଡା : ବାଲ୍ୟ ବିବାହ ରୋକିବା କୁ ଜ଼ିଲ୍ଲା ପ୍ରଶାସନ ର ଅଭିନଵ ପ୍ରୟାସ, ନୃତ୍ୟ ଗୀତ ପଥ ପ୍ରାନ୍ତ ନାଟକ ମାଧ୍ୟମ ଗାଁ ଗାଁ ରେ ଜନ ସଚେତନ l ନିଆରା ଢଙ୍ଗରେ କଳାକାର ଙ୍କ ସାମାଜିକ ବାର୍ତ୍ତା l କନ୍ଧମାଳ ଜ଼ିଲ୍ଲା ରେ ଦିନକୁ ଦିନ ବାଲ୍ୟ ବିବାହ ଭଳି ଘୃଣ୍ୟ ପ୍ରଥା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ଜ଼ିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି l ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ବାଲିଗୁଡା ଓ କ.ନୂଆଗାଁ ଙ୍କ ମିଳିତ ଉଦ୍ୟମ ରେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଭିନ୍ନ ୱାର୍ଡ ଓ କ.ନୂଆଗାଁ ବ୍ଳକ ର ବିଭିନ୍ନ ଗ୍ରାମାଞ୍ଚଳ ରେ କନ୍ଧମାଳ କଳା ବିକାଶ କେନ୍ଦ୍ର ଓ ମାହେଶ୍ୱରୀ କଳାକାର ସଂଘ ର କଳାକାର ମାନଙ୍କ ଦ୍ୱାରା ବାଲ୍ୟ ବିବାହ କୁ ରୋକିବାକୁ ସଂସ୍କାରଧର୍ମୀ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହେଉଛି l ମନୋରଞ୍ଜନ ମାଧ୍ୟମରେ ଜନ ସାଧାରଣ ଙ୍କୁ ସଠିକ ବାର୍ତ୍ତା ଦେବାକୁ ଯାଇ ଜନ୍ତୁପତି ଜମରାଜ ଓ ଚିତ୍ରଗୁପ୍ତ ଭୂମିକା ରେ ଅବତୀର୍ଣ୍ଣ ହୋଇ ଲୋକଙ୍କୁ ସଚେତନ କରୁଛନ୍ତି l
ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, କିଶୋରୀ, ବାଳିକା ସମେତ ଗ୍ରାମବାସୀ ଉପସ୍ଥିତ ରହି ଏହି ସଂସ୍କାର ଧର୍ମୀ ପଥ ପ୍ରାନ୍ତ ନାଟକ କୁ ଶେଷ ପର୍ଯ୍ୟନ୍ତ ଦେଖି ବହୁତ ପସନ୍ଦ କରୁଛନ୍ତି l ଗ୍ରାମାଞ୍ଚଳ ରେ ବାଲ୍ୟ ବିବାହ କୁ ରୋକିବା ପାଇଁ ସମୂହ ଶପଥ ପାଠ ମଧ୍ୟ ହେଉଛି l ଅନୁଷ୍ଠାନ ର ସମ୍ପାଦକ ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନା ଏହି ପଥପ୍ରାନ୍ତ ନାଟକ ର ରଚନା ଓ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ରେ ବରିଷ୍ଠ କଳାକାର ଅଶୋକ ଦଣ୍ଡସେନା ଓ କ୍ଷୀରୋଦ ଦଣ୍ଡସେନା ନୃତ୍ୟ ନିର୍ଦ୍ଦେଶନା ଭାର ବହନ କରିଥିଲେ, କଳାକାର ଙ୍କ ନିଖୁଣ ଅଭିନୟ ରେ ଗ୍ରାମବାସୀ ବିମୋହିତ ହେଉଛନ୍ତି l