ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୯୩୩ଟି ସବ-ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଆସନ୍ତା ଜାନୁଆରୀ ୨୦ରୁ ଏଥିପାଇଁ ଅନଲାଇନ ଆବେଦନ କରିହେବ। ଓଡିଶା ପୁଲିସ ୱେବସାଇଟ https://www.odishapolice.gov.in ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ମୋଟ ୯୩୩ଟି ସବ-ଇନ୍ସପେକ୍ଟର ପଦବୀ ମଧ୍ୟରୁ ୬୦୯ଟି ସବ-ଇନ୍ସପେକ୍ଟର, ୧୫୩ଟି ସବ-ଇନ୍ସପେକ୍ଟର (ସଶସ୍ତ୍ର), ୪୭ଟି ଷ୍ଟେସନ ଅଫିସର (ଫାୟାର) ଓ ୨୪ଟି ଆସିଷ୍ଟାଣ୍ଟ ଜେଲର ପଦବୀ ରହିଛି। ଆବେଦନର ଶେଷ ତାରିଖ ଫେବୃଆରୀ ୧୦ ତାରିଖ ରହିଛି।
ଏହି ସବୁ ପଦବୀ ପାଇଁ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ। ସମସ୍ତ ପଦବୀ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୦୦ ମାର୍କର ଲିଖିତ ପରୀକ୍ଷା ହେବ ଓ ଫାୟାର ଅଫିସର ପଦବୀ ପାଇଁ ଅଧୀନ ୨୦୦ ମାର୍କର ଟେକ୍ନିକାଲ ପରୀକ୍ଷା ହେବ। ଦ୍ଵିତୀୟ ପର୍ଯ୍ୟାୟରେ ଶାରୀରିକ ମାନ ଓ ଦକ୍ଷତା ପରୀକ୍ଷା ହେବ।
Sign in
Sign in
Recover your password.
A password will be e-mailed to you.
Next Post