ଗାଡ଼ି ବୀମା ନ ଥିଲେ ଜେଲ ଓ ଜୋରିମାନା, ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ

ଭୁବନେଶ୍ୱର: ଏଣିକି ଗାଡ଼ିରେ ବୀମା ନ ଥିଲେ ଟୋଲ ଗେଟ ଧରିବ। ବୀମା ନ ଥିଲେ ସ୍ୱୟଂକ୍ରିୟା ପ୍ରଣାଳୀରେ ଗାଡ଼ି ଧରାପଡ଼ିବ। ଗାଡ଼ିର ବୀମା ନଥିଲେ ୨ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଯାଏଁ ଜେଲ ପ୍ରାବଧାନ କରାଯାଇଛି। ଏହି ନିୟମ ଫେବୃଆରୀ ପହିଲାରୁ କାର୍ଯ୍ୟକାରୀ କରାଯିବା ନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଗାଡ଼ିରେ ବୀମା ନ ଥିଲେ ଟୋଲ ଗେଟ ଧରିବ। ରାଜ୍ୟରେ ଥିବା ୨୨ ଟୋଲ ଗେଟରେ ଏହା କାର୍ଯ୍ୟକାରୀ କରାଯିବ। ଇ-ଡିଟେକ୍ସନ ପ୍ରକ୍ରିୟାରେ ଇ-ଚାଲାଣ ଜାରି ହେବ। ଫେବୃଆରୀ ପହିଲାରୁ ସାରା ରାଜ୍ୟରେ ଏହି ନିୟମ ଲାଗୁ କରାଯିବ। ଧରାପଡ଼ିଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଉଲ୍ଲଙ୍ଘନକାରୀଙ୍କୁ ୨ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଜେଲଦଣ୍ଡ ପ୍ରାବଧାନ କରାଯାଇଥିବାବେଳେ ପୁନର୍ବାର ନିୟମ ଭାଙ୍ଗିଲେ ୪ହଜାର ଜରିମାନା ସହ ୩ ମାସ ଜେଲଦଣ୍ଡ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରିବାର ପ୍ରାବଧାନ ରହିଛି। ପୂର୍ବରୁ ପରମିଟ, ଫିଟନେସ ଓ ଟିକସ ଧରୁଥିବା ଟୋଲଗେଟ ସହ ଏବେ ବୀମା ଯୋଡ଼ିହେଲା ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

nis-ad
Leave A Reply

Your email address will not be published.