ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମିଳିବ ବାଇକ୍ ସହ ତଦନ୍ତ ସମ୍ପର୍କିତ କିଟ୍ : ଡ଼ିଜିପି

ଭୁବନେଶ୍ବର ୧୮।୧: ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମିଳିବ ବାଇକ୍ । ଏଥିସହିତ ତଦନ୍ତକାରୀ ଅଧିକାରୀଙ୍କୁ ମିଳିବ ତଦନ୍ତ ସମ୍ପର୍କିତ କିଟ୍ । ପ୍ରଥମ ପର୍ଯ୍ୟାୟରେ ୨୫୦୦ ବାଇକ୍ ଥାନାକୁ ଦିଆଯିବ ବୋଲି ପୋଲିସ ଡିଜି ୱାଇ.ବି. ଖୁରାନିଆ କହିଛନ୍ତି । ଇନଭେଷ୍ଟିଗେସନ କିଟ୍‌ରେ ରହିବ ଲାପଟପ, ସ୍ମାର୍ଟଫୋନ, ପେନ୍ଡ୍ରାଇଭ୍ । ଆଇଆଇସି, ଏସଆଇ ଓ ଏଏସଆଇଙ୍କୁ ଏହି କିଟ୍ ମିଳିବ । ବାଇକ୍ ମେଣ୍ଟେନାନ୍ସ ପେଟ୍ରୋଲ ମଧ୍ୟ ଦିଆଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବଜେଟ୍‌ରେ ସ୍ଥାନ ପାଇବ ।
ଗତବର୍ଷ ୨ ଲକ୍ଷ ୨୨ ହଜାର ଅପରାଧିକ ମାମଲା ରୁଜୁ ହୋଇଥିଲା । ଅଧିକାଂଶ ମାମଲା ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ପୋଲିସ କରିଥିଲେ । ଅନେକ ସମୟରେ ଅର୍ଥ ଅଭାବ ଯୋଗୁ ତଦନ୍ତରେ ବାଧା ସୃଷ୍ଟି ହେଉଥିଲା । ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦିଆଯାଇଛି ।
ସେହିଭଳି ୬୭୯ ଥାନାକୁ ସ୍କର୍ପିଓ ଗାଡି ଦିଆଯିବ । ୨୮ ଫେବୃଆରୀ ସୁଦ୍ଧା ନୂଆ ଗାଡି ଥାନାରେ ପହଞ୍ଚିବ । ଏହା ସହିତ ଓଡ଼ିଶା ସୀମାରେ ଥିବା ୧୧ ଗୋଟି ଲୋକ ନଥିବା ଦ୍ବୀପରେ ଜାତୀୟ ପତାକା ପୋଲିସ ଲଗାଇବ ବୋଲି ପୋଲିସ ଡିଜି ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.