ଅଷ୍ଟ ପ୍ରହର ମହା ନାମ ଯଜ୍ଞ

ଉମରକୋଟ / ରାଇଘର : ଆଧ୍ୟାମିକ ଭକ୍ତି ଭାବନାରେ କଲି ଯୁଗେ ଧୀରେ ଧୀରେ ଲୋକେ ନିଜକୁ ସମର୍ପିତ କରୁଥିବା ବିଶେଷ କରି ଏବେ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। କୋଉଠି ଗାୟତ୍ରୀ ମହାଯଜ୍ଞ ତ ଆଉ କୋଉଠି କଲାକୃଷ୍ଣ ମହାଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ବର୍ତ୍ତମାନ ଗାଁ ଗହୁଲିରେ ବହୁ ମାତ୍ରାରେ ମଧୁର ହରି ନାମ ହରେ କୃଷ୍ଣ, ହରେ କୃଷ୍ଣ ସଂକୀର୍ତନ ଅଖଣ୍ଡ ନାମଯଜ୍ଞ ଦେଖିବାକୁ ମିଳୁଛି।
ଠିକ ସେହିପରି ନବରଙ୍ଗପୁର ଜ଼ିଲ୍ଲା, ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବିରିପୁର ଡି ଏନ କେ ଗ୍ରାମର ଫୁଟବଲ ପଡ଼ିଆ ଠାରେ ବିରିପୁର ଅଷ୍ଟପ୍ରହରି କମିଟିର ଆୟୋଜନରେ ରବିବାର ଦିନ ସନ୍ଧ୍ୟାରେ ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ ମନ୍ଧିରର ପୂଜାରୀ ସହ ଗ୍ରାମର ଭକ୍ତିମତି ମାତ୍ରୀ ବୃନ୍ଦ କଳସ ଯାତ୍ରା କରି ମଣ୍ଡପରେ କଳସ ସ୍ଥାପନ କରି ଅଷ୍ଟ ପ୍ରହରି ନାମ ଯଜ୍ଞର ଶୁଭାରମ୍ଭ କରିଥିଲେ । ଶହ ଶହ ସଂଖ୍ୟକ ଭକ୍ତ, ଶ୍ରଦ୍ଧାଳୁମାନେ ଓ ଜଣସମାଗମରେ କଳସ ଯାତ୍ରା ବିରିପୁରର ଲୋକମାନେ ଦେଖି ବେଶ ବିମୋହିତ ହୋଇ ଯାଇଥିଲେ । ଘଣ୍ଟ, ଶଙ୍ଖ, ହୁଳହୁଳି ଶବ୍ଦରେ ବିରିପୁର ଗ୍ରାମ ପ୍ରକମ୍ପିତ ହୋଇ ଉଛୁଳି ପଡୁଥିଲା। ବିରିପୁର ଅଖଣ୍ଡ ମହାନାମ ଯଜ୍ଞ କମିଟିର ଆୟୋଜନ କ୍ରମେ ଅଷ୍ଟ ପ୍ରହର ନାମ ଯଜ୍ଞ ଫୁଟବଲ ପଡିଆରେ ପ୍ରତି ବର୍ଷ ଆନନ୍ଦ ଓ ମହାଆଡ଼ମ୍ବାର ସହିତ ପାଳିତ ହୁଏ। ଯାହା ଫଳରେ ଜଣସାଧରଣଙ୍କ ମନରେ ବେଶ ଉତ୍ସାହ ଥାଏ ନାମ ଯଜ୍ଞ ଦେଖିବା ପାଇଁ। ଏ ବତ୍ସର ନାମ ଯଜ୍ଞର ପ୍ରେସିଡେଣ୍ଟ ଦୀପକ ପରାମନିକ, ସେକ୍ରେଟାରୀ ପଙ୍କଜ ବିଶ୍ୱାସ, କେସିଆର ବିଜୁ ସରକାର,ତତ ସହିତ ବିଧ୍ୟୁତ ମଣ୍ଡଳ, ରାମ ସରକାର, ସୁଜିତ ପରାମନିକ, ଗିରିଧାରୀ ମଣ୍ଡଳ, ସୁମନ ଶିକାରୀ, ଜଗନ୍ନାଥ ବାଡ଼ଇ, କାଳୁ ବାଛାର, ଶୈଳେନ ସରକାର, ସ୍ଵତେନ ସରକାର, ବାବଳୁ ଗୋଲଦାର, ପିଣ୍ଟୁ ଗୋଲଦାର, ହରିଚାନ୍ଦ ଗୋଲଦାର ସହ ଗ୍ରାମର ଅବଲ ବୃଦ୍ଧ ବନିତା ପ୍ରମୁଖ ସହଯୋଗର ହାତ ବଡାଇ ଯେ ପରି ଏହି ନାମ ଯଜ୍ଞଟି ସୁରୁ ଖୁରୁରେ ହୁଏ ତାହାର ପାଇଁ ସବୁ ବ୍ୟବସ୍ଥା କରି ତୀକ୍ଷ୍ମ ନଜର ରଖିଥିଲେ। ଅଷ୍ଟ ପ୍ରହରୀ ନାମ ଯଜ୍ଞରେ ନିଜକୁ ଭକ୍ତି ଭାବନାରେ ସମର୍ପିତ କରିବା ପାଇଁ ରାଇଘର ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ପୁରା ବିରିପୁର ଡି ଏନ କେ ଗ୍ରାମ ଲୋକେ ଲୋକାରଣ୍ୟ ହୋଇ ପଡିଥିବା ବେଳେ ଏହି ନାମ ଯଜ୍ଞଟି କାଲି ସକାଳେ ମଙ୍ଗଳବାର ସମାପନ ହେବ କହି କମିଟି ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.