ନୟାଗଡ଼ ଜିଲ୍ଲାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ

ନୟାଗଡ଼: ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ , ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ରୋଜିନା ଦାସ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ପଣ୍ଡା, ଉପ ଜିଲ୍ଲାପାଳ କର୍ଣାଦେବ ସମାଦାର ଏବଂ ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଅକ୍ଟୋବର ୨୯ ତାରିଖ ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇ ନଭେମ୍ବର ୨୮ ପର୍ଯ୍ୟନ୍ତ ଆପତ୍ତି ଓ ଅଭିଯୋଗ ଗ୍ରହଣ କରାଯାଇଥିଲା । ନୂତନ ନାମ ପଞ୍ଜିକରଣ, ନାମ ପଞ୍ଜିକରଣ, ତଥ୍ୟ ସଂଶୋଧନ ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ଦରଖାସ୍ତ କୁ ଫଇସଲା କରାଯାଇ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଏହି ଭୋଟର ତାଲିକା ଜିଲ୍ଲା ସ୍ତରରେ, ବ୍ଲକ ସ୍ତରରେ ଓ ବୁଥ ସ୍ତରରେ ପ୍ରକାଶ ପାଇଛି । ଇଛୁକ ବ୍ୟକ୍ତି ଜିଲ୍ଲା ସ୍ତରରେ ସଂପୃକ୍ତ ବ୍ଲକ ଓ ବୁଥ ସ୍ତରରେ ନିଜର ନାମକୁ ଯାଞ୍ଚ ଓ ତନଖି କରିପାରିବେ । ଚୁଡାନ୍ତ ଭୋଟର ତାଲିକାରେ ନୟାଗଡ଼ ଜିଲ୍ଲାର ମୋଟ ଭୋଟର ସଂଖ୍ୟା ୮ ଲକ୍ଷ ୧୪ହଜାର୧୬୫ ରହିଛି । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୪ଲକ୍ଷ ୨୫ହଜାର ୫୨ ଜଣ, ମହିଳା ଭୋଟର ୩ଲକ୍ଷ ୮୯ ହଜାର ଜଣ ଓ ତୃତୀୟ ଲିଙ୍ଗି ଭୋଟର ୪୩ ଜଣ ଅଛନ୍ତି ।
ନୂତନ ଭୋଟର , ତଥ୍ୟ ସଂଶୋଧନ କରିଥିବା ଭୋଟର ଙ୍କର ଭୋଟ ପରିଚୟ ପତ୍ର ଡାକ ଯୋଗେ ପଠାଇବାର ବ୍ୟବସ୍ଥା ରହିଛି । ୨୦୨୪ମସିହାରେ ୧ହଜାର ପୁରୁଷ ଭୋଟର ତୁଳନାରେ ୯୧୦ଜଣ ଭୋଟର ଥିବା ବେଳେ ୨୦୨୫ ମସିହାରେ ଏହା ୯୧୫ କୁ ବୃଦ୍ଧି ପାଇଛି । ୧୮-୧୯ ବର୍ଷର ମୋଟ ୧୪ହଜାର ୩୧୦ ଜଣ ଭୋଟର ପଞ୍ଜୀକୃତ ହୋଇଛି ।

nis-ad
Leave A Reply

Your email address will not be published.