କାନ୍ଥ ଭାଙ୍ଗି ଲୁଟିନେଲେ ୧କୋଟିରୁ ଅଧିକ ଟଙ୍କା ମୋବାଇଲ

ମାଲକାନଗିରି : ଦିନକୁ ଦିନ ମାଲକାନଗିରି ସହରର ଅଭିବୃଦ୍ଧି ଘଟୁଥିବା ବେଳେ ମାଲକାନ ଗିରି ସହରକୁ ସୀମାନ୍ତ ରାଜ୍ୟ ତେଲେଙ୍ଗା,ଆନ୍ଧ୍ର ଓ ଛତିଶଗଡର ବଡ଼ବଡ ସହର ସହ ଯୋଗାଯୋଗ ହୋଇପାରିଛି । ବାଣିଜ୍ୟ ବ୍ୟବସାୟର ଅଭିବୃଦ୍ଧି ଘଟିବା ସହ ଅପରାଧୀଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଇବାକୁ ଲାଗିଛି । ଏହି ଭଳିଏକ ଘଟଣା ଘଟିଛି ସଦର ମହକୁମା ନୁତନ ମେଡିକାଲ ନିକଟରେ ଥିବା ଓମ ମୋବାଇଲ କେୟାରେ ଗତକାଲି ମଧ୍ୟରାତ୍ରରେ ୩ଜଣ ଦୁର୍ବୃତ ଦୋକାନର କାନ୍ଥ ଭାଙ୍ଗିବା ସହ ୨୦୦ରୁ ଉର୍ଦ୍ଧ ମୋବାଇଲ ଲୁଟି ନେଇଛନ୍ତି। ଲୁଟ ହୋଇଥିବା ମୋବାଇଲ ଗୁଡିକର ଦାମ ପ୍ରାୟ ୧କୋଟିରୁ ଉର୍ଦ୍ଧ ହେବ ବୋଲି ଦୋକାନୀ ପ୍ରକାଶ କରିଛନ୍ତି ।

ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା ଯେ ୩ଜଣଲୋକ ପାୟ ୭ଟି ବସ୍ତାରେ ପ୍ୟାକ କରି ଦୋକାନ ଅପର ପାର୍ଶ୍ଵରେ ଫିଙ୍ଗି ଦେଇଥିଲେ । ଖୋଜିବା ସମୟରେ ସେଥିରୁ ମୋବାଇଲ ମିଳିନଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ବେଳେ ତଦନ୍ତ ଜାରି ରଖିଛି । ବିଗତ କିଛିଦିନଧରି ଗାଡିମୋଟର ଚୋରୀ ହେଉଥିବା ବେଳେ ମୋବାଇଲ ଦୋକାନ ଚୋରୀକୁ ନେଇ ସଦର ମହକୁମାର ବ୍ୟବଶାୟୀ ମାନେ ଭୟଭୀତ ରହିଥିବା ବେଳେ ଯଥା ଶୀଘ୍ର ଚୋରି ରୋକିବାକୁ ପଦକ୍ଷେପ ନେବା ସହ ଚୋରଙ୍କୁ ଧରିବାକୁ ସାଧାରଣରେ ଦାବିହେଉଛି ।

nis-ad
Leave A Reply

Your email address will not be published.