ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ ନିଲମ୍ୱିତ

ନୟାଗଡ଼ : ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ ଅଜୟ କୁମାର ପଟ୍ଟନାୟକ ଙ୍କୁ ପରିଚାଳନା ପରିଷଦର ନିଷ୍ପତି ଅନୁଯାୟୀ ବ୍ୟାଙ୍କ୍ ସଭାପତି ନିଲମ୍ବନ କରିଛନ୍ତି । ବିନା ଛୁଟି ଦରଖସ୍ତରେ ଛୁଟିରେ ରହିବା, କର୍ତ୍ତବ୍ୟରେ ଅବହେଳା, ଆର୍ଥିକ ଅନିୟମିତତା, ପରିଚାଳନା କମିଟି କୁ ଅବମାନନା କରିବା କାରଣ ରୁ ସମ୍ପାଦକଙ୍କୁ ନିଲମ୍ବନ କରାଯାଇଛି ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ଓଡ଼ିଶା ସମବାୟ ବ୍ୟାଙ୍କ ର କର୍ମଚାରୀ ଥିବା ଅଜୟ କୁମାର ପଟ୍ଟନାୟକ ଙ୍କୁ ନୟାଗଡ଼ ଜିଲ୍ଲାର ଦାୟିତ୍ବ ଦିଆଯାଇଥିଲା। ଏଠାରେ ସେ ମନମୁଖୀ କାର୍ଯ୍ୟ କରିବାରୁ ଗତ ସପ୍ତାହରେ ପରିଚାଳନା ପରିଷଦ ସମ୍ପାଦକଙ୍କୁ ବ୍ୟାଙ୍କ କାର୍ଯ୍ୟରୁ ନିବୃତ କରିଥିଲେ । ଯାହାକୁ ନେଇ ପ୍ରାୟୋଜିତ ଭାବେ ନିୟମ ବହିର୍ଭୁତ ସମବାୟ ବିଭାଗ ରେଜିଷ୍ଟ୍ରାର ସ୍ଥଗିତାଦେଶ ପ୍ରଦାନ କରିଥିଲେ ।ଏହାକୁ ନେଇ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ପରିଚାଳନା ପରିଷଦ ର ଏକ ବୈଠକ ଆହ୍ବାନ କରାଯାଇଥିଲା । ଏହି ବୈଠକରେ ସମ୍ପାଦକ ଅନୁପସ୍ଥିତ ରହିବା ସହିତ ପ୍ରୋସିଡ଼ିଂ ବହିକୁ ମଧ୍ୟ ଗାଏବ କରିଦେଇଥିଲେ । ବ୍ୟାଙ୍କରେ ବ୍ୟାପକ ଆର୍ଥିକ ଅନିୟମିତତା ସହିତ ପରିଚାଳନା କତୃପକ୍ଷଙ୍କୁ ଅବମାନନା କୁ ନେଇ ପରିଚାଳନା ପରିଷଦ ସମ୍ପାଦକ ପଟ୍ଟନାୟକ ଙ୍କୁ ନିଲମ୍ବନ କରିବାକୁ ନିଷ୍ପତି ନେଇଥିଲେ । ବ୍ୟାଙ୍କ ସଭାପତି ରବୀନ୍ଦ୍ର ନାଥ ସାହୁ ସମ୍ପାଦକ ଙ୍କୁ ନିଲମ୍ବନ କରିଥିବା ବେଳେ ସମ୍ପାଦକ ପଟ୍ଟନାୟକ ଙ୍କୁ ପରିଷଦ ସଦସ୍ୟ ଏବଂ ବ୍ୟାଙ୍କ ଗ୍ରାହକ ବ୍ୟାଙ୍କ ଭିତରକୁ ପଶିବାକୁ ଦେଇନଥିଲେ । ଏହାକୁ ନେଇ ସମ୍ପାଦକଙ୍କ ମତାମତ ମିଳିନଥିବା ବେଳେ ସମ୍ପାଦକ କରିଥିବା ସମସ୍ତ ଅନିୟମିତତାର ସୂଚନା ଖୁବଶିଘ୍ର ସାମ୍ବାଦିକ ସମ୍ମିଳନୀ କରି ଜଣାଇ ଦିଆଯିବ ବୋଲି ସଭାପତି ସାହୁ କହିଛନ୍ତି । ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଉପରେ ୩୬୫ କୋଟି ର ଟିକସ ଜୋରିମାନା କରାଯାଇଛି । ଜିଲ୍ଲାର ସମସ୍ତ ପାକ୍ସ ରେ ଏହି ଜୋରିମାନା ରହିଥିବା ବେଳେ ଉକ୍ତ ମାମଲାକୁ ପରିଚାଳନା ପାଇଁ ଏକ ନିର୍ଦ୍ଦିଷ୍ଟ ଫାର୍ମ କୁ ୨କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଏହାକୁ ନେଇ ଜିଲ୍ଲାର ରାଜନୈତିକ ବାତାବରଣ ଉଷ୍ମ ରହିଛି ।

nis-ad
Leave A Reply

Your email address will not be published.