ହିଞ୍ଜିଳିକାଟୁ : ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ପୈାର କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଏକ କଣ୍ଟେନର (ଆର ଜେ୨୭ ଜିଡି ୭୨୬୩) ଚକରେ ଛୋଟ ପଥର ବାଜି ରାସ୍ତା ପ୍ବାର୍ଶ୍ବରେ ଛିଡା ହୋଇଥିବା କିଛି ଯୁବକଙ୍କ ଦେହରେ ବାଜିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସଂପୃକ୍ତ ଯୁବଗୋଷ୍ଠୀ କଣ୍ଟେନର ଚାଳକଙ୍କୁ ପଥରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଆହତ କଣ୍ଟେନର ଚାଳକ ଜଣଙ୍କ ହେଲେ ରାଜସ୍ଥାନ ଉଦୟପୁର ଅଞ୍ଚଳର ଭଗବତ ଲାଲ୍ (୨୫)। ଫଳରେ ଚାଳକ ଜଣଙ୍କ ଭାରସାମ୍ୟ ହରାଇ ସହରର ବିଜୁ ପଟ୍ଟନାୟକ ଛକ ପ୍ବାର୍ଶ୍ବରେ ଥିବା ଏକ ଫଳ ଦୋକାନ ଓ ଏକ ବାଇକ୍ ସହ ଧକ୍କା ଘଟିଥିଲା। ଦୂର୍ଘଟଣାରେ ଫଳ ଦୋକାନ ଓ ମୋଟର ସାଇକେଲ (ଓଡି୦୭ସି ୫୪୦୪ )କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ଜଣାପଡିଛି।
ପ୍ରକାଶ ଯେ, ମଙ୍ଗଳବାର ରାତ୍ର ପ୍ରାୟ ୧୨ ଘଣ୍ଟା ସମୟରେ ବ୍ରହ୍ମପୁର ଠାରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ଏକ କଣ୍ଟେନର ହିଞ୍ଜିଳିକାଟୁ ପୈାର କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଯାଉଥିବା ବେଳେ ରାସ୍ତାରେ ପଡିଥିବା ଏକ ଛୋଟ ପଥର ଗାଡ଼ି ଚକରେ ବାଜି ପୈାର କାର୍ଯ୍ୟାଳୟ ସମ୍ମୁଖରେ ଥିବା କିଛି ଯୁବକଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଦେହରେ ବାଜିଥିଲା। ଫଳରେ ଉପସ୍ଥିତ ଯୁବଗୋଷ୍ଠୀ ଉତ୍ୟକ୍ତ ହୋଇ ଏକ ପଥରରେ କଣ୍ଟେନର ଚାଳକଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇ ଭାରସାମ୍ୟ ହରାଇ ବିଜୁ ପଟ୍ଟନାୟକ ଛକ ପ୍ବାର୍ଶ୍ବରେ ଥିବା ଏକ ଫଳ ଦୋକାନ ଓ ଏକ ମୋଟର ସାଇକେଲ ସହ ଧକ୍କା ଘଟିଥିଲା। ଘଟଣା ପରେ ସଂପୃକ୍ତ ଯୁବକ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷରେ କଣ୍ଟେନର ଚାଳକ ଜଣଙ୍କ ମଦ୍ୟପାନ କରି ଗାଡି ଚଳାଇ ପୈାର କାର୍ଯ୍ୟାଳୟ ସମ୍ମୁଖରେ ଥିବା ଯୁବକ ମାନଙ୍କ ଉପରକୁ ଗାଡି ଆଣୁଥିବା ଦେଖି ଯୁବକ ମାନେ ଉତ୍ୟକ୍ତ ହୋଇ କଣ୍ଟେନର ଚାଳକଙ୍କୁ ପଥରରେ ଆକ୍ରମଣ କରିଥିବା ସହରରେ ଚର୍ଚ୍ଚା ଜୋର ଧରିଛି। ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି।
Sign in
Sign in
Recover your password.
A password will be e-mailed to you.