କାମକୁ ଆସୁନାହିଁ ଲକ୍ଷ୍ମୀ ବସଷ୍ଟାଣ୍ଡ

ଉମରକୋଟ/ ରାଇଘର : ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପୂର୍ଵ ସରକାରଙ୍କ ଦ୍ୱାରା ପ୍ରତି ପଞ୍ଚାୟତରୁ ବ୍ଲକ କୁ ଯାତାୟାତ ସଂଯୋଗ କରିବା ପାଇଁ ଲକ୍ଷ୍ମୀବସର ପ୍ରଚଳନ ହେବା ପରେ ରାସ୍ତା ପାର୍ଶରେ ଯାତ୍ରୀ ବିଶ୍ରାମାଗାର ନିର୍ମିତ ହୋଇଥିଲା | ବର୍ତ୍ତମାନ ଲକ୍ଷ୍ମୀ ବସ OSRTC ନାମରେ ପରିଵର୍ତନ ହୋଇ ପଞ୍ଚାୟତ ରୁ ବ୍ଲକକୁ ଚାଲୁଛି | କିନ୍ତୁ ଏହି ଲକ୍ଷ୍ମୀ ବସ ପାଇଁ ଯାତ୍ରୀ ଅପେକ୍ଷା କରୁଥିବା ବିଶ୍ରାମାଗାର ଯାକ କୋଉଠି ଅଧାପନ୍ତରିଆ ତ କୋଉଠି ରାସ୍ତାରୁ ଦୁଇ ଶହ ମିଟର ଦୂରରେ ନିର୍ମିତ । ଯାତ୍ରୀ ବିଶ୍ରାମାଗାର ରାସ୍ତାକଡରେ ନିର୍ମିତ ହେବା କଥା, ଯେପରି ସହଜରେ ଖରା ଓ ବର୍ଷାରେ ଯାତ୍ରୀ ବିଶ୍ରାମାଗାରରୁ ବସ ରେ ଚଢି ପାରିବେ। ଏହି ପରି ଏକ ଲକ୍ଷ୍ମୀ ବସଷ୍ଟାଣ୍ଡ ଦେଖିବାକୁ ମିଳିଲା ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ କଚନାପାରା ପଞ୍ଚାୟତର ତିନି ନମ୍ବର ଡିଏନକେ ଗ୍ରାମରେ। ଲୋକଙ୍କ କହିବା ଅନୁସାରେ କାହା ସ୍ୱାର୍ଥରେ ଏବଂ କାହା ପାଇଁ ଏହି ପରି ବସଷ୍ଟାଣ୍ଡ ତିଆରି ହେଲା। ବସଷ୍ଟାଣ୍ଡ ତିଆରି ହେବା ପରେ ଏହି ବସଷ୍ଟାଣ୍ଡ ଟି କୌଣସି କର୍ମରେ ଆସୁନାହିଁ କହି ତିନି ନଂ ଡିଏନକେ କଚନାପାରାର ଗ୍ରାମର ଲୋକମାନଙ୍କ ସହ ଯିବା ଆସିବା ଯାତ୍ରୀ ମାନେ ହଇରାଣ ହେବା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

ଏହି ଯାତ୍ରୀ ବସଷ୍ଟାଣ୍ଡଟି ରାସ୍ତାରୁ ଆନୁମାନିକ ପ୍ରାୟ ଦୁଇ ସହ ମିଟର ଏକ ଗଳିରେ ନିର୍ମିତ ହେଇଛନ୍ତି ଏବଂ ଆବର୍ଜନା ପରିପୂର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ।ସରକାର କୋଟି କୋଟି ଟଙ୍କା ବ୍ୟୟ କରି ସାର୍ବଜନୀନ କର୍ମରେ ଆସିବ କହି ଯୋଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି ତାହା ଯଦି କାମରେ ନ ଆସିବ ହେଲେ ତାହା କଣ ପାଇଁ କରୁଛନ୍ତି ? ପର୍ଯ୍ୟବେକ୍ଷଣ ବା ତଦାରକ ନ ହେବାରୁ ଏହି ପରି ମନମୁଖି କାର୍ଯ୍ୟ ଠିକାଦାର ଓ ବ୍ଳକର ବଡ଼ ବଡ଼ିଆ ବାବୁଙ୍କ ମଧୁଚନ୍ଦ୍ରିକାରେ ହେଉଛି କହି ଜଣସାଧାରଣ କହିବା ସହିତ ରାଇଘର ବ୍ଲକରେ ସରକାରୀ ଉନ୍ନତିମୂଳକ ଏହି ପରି ସବୁ କାର୍ଯ୍ୟକୁ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ରାଇଘର ଅଞ୍ଚଳବାସୀ ସରକାରଙ୍କ ପାଖରେ ଅନୁରୋଧ କରିଛନ୍ତି।

nis-ad
Leave A Reply

Your email address will not be published.