ନୟାଗଡ଼: ଅଦିନିଆ ଲଗାଣ ବର୍ଷା ଯୋଗୁଁ ନୟାଗଡ଼ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଯାଇଛି । ତାହାର ସଠିକ୍ ଆକଳନ ଏବଂ କ୍ଷତିପୂରଣ ଦାବିରେ ନୟାଗଡ଼ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ପ୍ରାକ୍ତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ବିଜେଡି ନେତ୍ରୀ ଇରାନି ରାୟ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବିପତ୍ର ପ୍ରଦାନ କରାଯାଇଛି ।
ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ପଡିଆ ଠାରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ସମାବେଶରେ ଦରଦାମ ବୃଦ୍ଧି, ଚାଷୀଙ୍କ ସହ ଛଳନା ସହ ଏହି ମୋହନ ସରକାର ଚାଷୀଙ୍କୁ ହତାଦର କରୁଛି ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଥିଲେ । ଲୋକଙ୍କ ମନରୁ ନବୀନଙ୍କ ଛାପ କହି ହଟାଇ ପାରିବେ ନାହିଁ । ଚାଷୀଙ୍କ ପ୍ରତି ଏହି ବିଜେପି ସରକାର ବୈମାତୃକ ମନୋଭାବ ପୋଷଣ ବିରୋଧରେ ଜୋରଦାର ଲଢେଇ ହେବ ବୋଲି ଭାପୁର ବ୍ଲକ ଉପାଧ୍ୟକ୍ଷ କହିଛନ୍ତି । ବିଜେଡି ନେତ୍ରୀ ଇରାନି ରାୟ କହିଛନ୍ତି ଯେ ଭୀମ ର ବଳ କୁନ୍ତିକୁ ଜଣା କାରଣ ମୁଁ ପୂର୍ବରୁ ସେ ଦଳରେ ଥିଲି ସେ ଦଳ କଣ ମୁ ଠିକ୍ ଜାଣିଛି । ଧାନ ବିଲରେ ଧାନ ଗଜା ହେଲାଣି ଆଉ ଧାନ ମଣ୍ଡିକୁ ଆସିବା ପରି ଦେଖାଯାଉନି । ଏ ସରକାର ଯାହା ପ୍ରତିଶ୍ରୁତି ଦେଉଛନ୍ତି ତାହା ପାଣିର ଗାର ବୋଲି ଦଶପଲ୍ଲା ବିଧାୟକ କହିଛନ୍ତି । ଏହି ସରକାର ଗଞ୍ଜେଇ ଗାଡ଼ିକୁ ପଲିଟିକାଲ ପ୍ରେସର୍ ପକାଇ ଛାଡ଼ିଦେଉଛନ୍ତି କିନ୍ତୁ ଏହି ଅଦିନିଆ ବର୍ଷା ପାଇଁ ପଲିଟିକାଲ ପ୍ରେସର୍ ପକାଇ ପାରିବେ ନାହିଁ । ରାଜ୍ୟକୁ ଅମଙ୍ଗଳ ପଡ଼ିଲେ ଏପରି ଅଦିନିଆ ବର୍ଷାରେ ଏପରି ଲୋକମାନଙ୍କ ଏପରି କ୍ଷତି ହେଉଛି ବୋଲି ନୟାଗଡ଼ ବିଧାୟକ କହିଛନ୍ତି । ଚାଷୀମାନେ ମଣ୍ଡିି ରେ ଧାନ ବିକ୍ରି କରିବା ପୂର୍ବରୁ ଦଲାଲ ମାନେ ୧୯ ଶହ ଟଙ୍କାରେ ଧାନ କିଣି ନେଲେଣି । ଜିଲ୍ଲାରେ ଏଯାଏଁ ମଣ୍ଡିି ଖୋଲି ନାହିଁ ଚାଷୀ ମାନେ ଅଭାବୀ ବିକ୍ରି ର ଶିକାର ହେଉଛନ୍ତି । ତୁରନ୍ତ ସର୍ଭେ କରି ଚାଷୀ ମାନଙ୍କ କ୍ଷତିପୂରଣ ଦିଆଯାଉ ନଚେତ୍ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ସାହୁ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post