ଅଡ଼ିଅ ଭାଇରଲ ପରେ ନେତା ବାଲି ମାଫିଆ କୋଳା କୋଳି……!
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ କଭି ଖୁସି କଭି ଗମ ଭଳି ଚୋରା ବାଲି ବ୍ୟବସାୟ ଚାଲିଛି। କିଛି ମାସ ପୂର୍ବେ ଆସିକା ବିଧାୟକ ଙ୍କ ଏକ ଅଡ଼ିଅ ଭାଇରଲ ହୋଇଥିଲା ଜଣେ ବାଲି ମାଫିଆଙ୍କ ସହ ମାସିକ ବଟି ଦେବା କଥା ନେଇ। ସେ ସମୟରେ ଗଞ୍ଜାମ ରୁ ରାଜଧାନୀ ପର୍ଯ୍ୟନ୍ତ ତୁମ୍ବି ତୋଫାନ ହେବା ସହଘଟଣା ର ଏକ ନିରପେକ୍ଷ ତଦନ୍ତ କରିବାକୁ ମୋହନ ସରକାର ଙ୍କ ନିକଟରେ ଦାବୀ ହୋଇଥିଲା। ଏନେଇ ଜଣେ ଆଇନଜୀବୀ ଭିଜିଲାନ୍ସ ବିଭାଗ ରେ ଏକ ଅଭିଯୋଗ କରିଥିଲେ ଏବେ ଗଞ୍ଜାମ ଭିଜିଲାନ୍ସ ବିଭାଗର ନାଲି ଫିତା ତଳେ ରହିଛି। ଏବେ ପୁଣି ଉକ୍ତ ବାଲି ମାଫିଆ ମାନେ ନେତାଙ୍କ ସହ ସାଲାସୁତରା କରି ଚୋରା ବାଲି କାରବାର ଗୁଡ଼ିସର ଠାରେ ଆରମ୍ଭ କରିଥିବା ଚର୍ଚ୍ଚା ହେଲାଣି। ଦିନ ଦିପହରେ ଖୁଲାମ ଖୁଲା ଜେସିବି ମାଧ୍ୟମରେ ସହ ସହ ଟିପର, ହାଇୱା ଓ ଟ୍ରକ ରେ ବିନା ୱାଇ ଫର୍ମ ରେ ଫିଟନେସ ନଥିବା ଗାଡ଼ି ଗୁଡ଼ିକ ରେ ଚୋରା ବାଲି ଚାଲାଣ ହେଉଛି। ଯେଉଁ ବେଆଇନ ବାଲି ଘାଟ ରେ ନେତା ମାନଙ୍କ ଆଶୀର୍ବାଦ ରହିଛି। ସେ ବାଲି ଘାଟକୁ ବାବୁ ମାନେ ଯିବାକୁ ଭୟ କରୁଛନ୍ତି। ଯେଉଁ ଭଳି ଦିନ ରାତି ବାଲି ଉତ୍ତୋଳନ କରାଯାଉଛି। ଆଉ କିଛି ବର୍ଷ ପରେ ଗୃହ ନିର୍ମାଣ Short ଆଉ ନଈ ବାଲି ମିଳିବା ସ୍ବପ୍ନ ହୋଇରହିଯିବ। ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବେ କଂସାରୀ ଘରର ପାରା ଭଳି ଅଭିନୟ କରୁଥିବା ଗାଁ ଗାଁ ରେ ଆଲୋଚନା ହେଉଛି। ଏବେ ଗଞ୍ଜାମ ଜିଲ୍ଲାରେ ଯେଉଁ ବିଭାଗ ରେ ହାତ ମାରିଲେ ଦୁର୍ନୀତି ର ଗନ୍ଧ ବାରି ହେଉଛି। ସବୁ ଠିକାଦାର, ବିଭାଗ ର ବାବୁ ମାନଙ୍କ ସହ ସ୍ଥାନୀୟ ନେତା ମାନଙ୍କ ଫିକ୍ସ ହୋଇଥିବା ଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଚାରି ଆଡ଼େ ଚର୍ଚ୍ଚା ହେଉଛି।