କନ୍ଧମାଳ ସାମ୍ବାଦିକ ୟୁନିୟନର ନୂତନ କର୍ମକର୍ତ୍ତା ଚୟନ ସୁଜିତ ସଭାପତି ଅଜିତ ସମ୍ପାଦକ

ଫୁଲବାଣୀ : ବୁଧବାର ଦିନ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ଵିବାର୍ଷିକୀ ସମ୍ମିଳନୀ ଓ ସାଧାରଣ ପରିଷଦ ବୈଠକ ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀ ଠାରେ ଅଶୋକ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ପ୍ରଥମେ ବାର୍ଷିକ ଆୟ ବ୍ୟୟ ପାଠ କରାଯାଇଥିଲା l
ଏଥି ସହିତ ଆଗାମୀ ଦୁଇ ବର୍ଷ ପାଇଁ କାର୍ଯ୍ୟକ୍ରମ ମାନ ଆଲୋଚନା ହୋଇଥିଲା l ଏହି ଅବସରରେ ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ସାମ୍ବାଦିକ (ଓ ୟୁ ଜେ) ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଏବଂ ସାମ୍ବାଦିକ ମହାଦେବ ସାହୁ ଦାୟିତ୍ଵ ନିର୍ବାହ କରିଥିଲେ। ଏହି ଅବସରରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନ ର ନୂତନ ସଭାପତି ଭାବେ ସୁଜିତ ବେହେରା , ସାଧାରଣ ସମ୍ପାଦକ ଭାବେ ଅଜିତ ନାୟକ , କାର୍ଯ୍ୟକାରି ସଭାପତି ଅଶୋକ କୁମାର ମହାନ୍ତି , ଉପ ସଭାପତି ଭାବେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ସୁବ୍ରତ କୁମାର ମହାନ୍ତି, ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ଆଦିତ୍ୟ ପ୍ରସାଦ ପାଢି ଓ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ପ୍ରବୀଣ କୁମାର ପଟ୍ଟନାୟକ, ସେହିପରି ସାଙ୍ଗଠନିକ ସମ୍ପାଦକ ଭାବେ ପ୍ରତାପ କିଶୋର ବେହେରା ସହ ସମ୍ପାଦକ ଭାବେ ଫୁଲବାଣୀରୁ ଅନନ୍ତ କୁମାର ଦିଗାଲ ଜି ଉଦୟଗିରିରୁ ରାକେଶ କୁମାର ସାହୁ, ବାଲିଗୁଡ଼ାରୁ ସାମୁଏଲ ପ୍ରଧାନ, ରାଜ୍ଯ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ପ୍ରଦୀପ କୁମାର ବେହେରା,ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ଅରୁଣ କୁମାର ସାହୁ, ସୋସିଆଲ୍ ମିଡିଆ ସମ୍ପାଦକ ଭାବେ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କୁ ଚୟନ କରାଯାଇଛି l ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଭାବେ ବ୍ରଜମୋହନ ନାୟକ, ଭଗବତ ସାବତ, ମନୋଜ କୁମାର ଗୌଡ,ଅସିତ ବେହେରା, ଗୋଲକ ବିହାରୀ କହଁର, ହୁରୁଞ୍ଜନ ସେଠୀ ଦୀପକ କୁମାର ପରା ସେଠ୍, ଅଶୋକ ସିଂ, ଭି ଲୋକନାଥ ରାଜୁଙ୍କୁ
ଚୟନ କରାଯାଇଛି l
ଆଇନ ଉପଦେଷ୍ଟା ଭାବେ ବିରେନ୍ଦ୍ର କୁମାର ସୁବୁଦ୍ଧିଙ୍କୁ ଚୟନ କରାଯାଇ ଥିବା ବେଳେ ଅନ୍ୟତମ ଉପଦେଷ୍ଟା ଭାବେ ଶରତ କୁମାର ମିଶ୍ର,ପ୍ରଶାନ୍ତ କୁମାର ବେହେରାଙ୍କୁ ଚୟନ କରାଯାଇଛି l ନବ ନିର୍ବାଚିତ ସଭାପତି ସୁଜିତ ବେହେରା ଆଗାମୀ ଦିନରେ ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାମାନଙ୍କ ସହଯୋଗ ମିଳିଲେ ରାଜ୍ଯ ସ୍ତରୀୟ କାର୍ଯ୍ୟକ୍ରମ କରିବି ବୋଲି କହିଥିଲେ l ଏଥି ସହିତ ସମସ୍ତ ସଦସ୍ୟ ଙ୍କ ସୁବିଧା ଅସୁବିଧାରେ ମୋର ସହଯୋଗ ଓ ଉପସ୍ଥିତି ନିଶ୍ଚିତ ରହିବ ବୋଲି ମଧ୍ଯ କହିଥିଲେ l
ଏହି ବୈଠକରେ ସାମ୍ବାଦିକ ବିପ୍ର ଚରଣ ସାହୁ, ପ୍ରଶାନ୍ତ କୁମାର ଜେନା, ସୁଶାନ୍ତ ଦିଗାଲ ଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜିଲ୍ଲା ସାମ୍ବାଦିକ ୟୁନିୟନ ସଦସ୍ୟ ଏବଂ ବହୁ ସାମ୍ବାଦିକ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.