ଜାତୀୟ ପେନସନ ଦିବସ ପାଳିତ

ଫୁଲବାଣୀ : ଓଡିଶା ଅବସରପ୍ରାପ୍ତ କର୍ମଚାରୀ ମଞ୍ଚ, କନ୍ଧମାଳ, ଫୁଲବାଣୀ ଶାଖା ଆନୁକୂଲ୍ୟରେ “ଜାତୀୟ ପେନସନ ଦିବସ – ୨୦୨୪ ” ସ୍ଥାନୀୟ ହୋଟେଲ ଡ୍ରିମଲାଣ୍ଡ ଠାରେ ବ୍ରଜକିଶୋର ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ଅବସର କର୍ମଚାରୀ ଯୋଗଦେଇ ପେନସନର ମାନଙ୍କ ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଆଲୋଚରେ ନବୀନ କିଶୋର ପଣ୍ଡା, ଅନନ୍ତ ଚରଣ ମିଶ୍ର, ନବ କିଶୋର ରଥ, ପ୍ରିୟନାଥ ଶର୍ମା, ରାଜକିଶୋର ସାହୁ, ପିତାମ୍ବର ମିଶ୍ର, ହେମନ୍ତ କୁମାର ମହାନ୍ତି, ବଂଶୀଧର ପଣ୍ଡା, ରାଜକିଶୋର ପାଢ଼ୀ, ପ୍ରଣବ କୁମାର ମଣ୍ଡଲ ପ୍ରମୁଖ ଉପସ୍ଥିତ ଥିଲେ ଗ୍ରହଣ ।
ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପେନସନର ମାନଙ୍କୁ ଚିକିତ୍ସାଭତ୍ତା, ଅତିରିକ୍ତ ପେନସନ ୬୫,୭୦,୭୫ ପେନସନ ଧାରୀଙ୍କୁ ପ୍ରଦାନ, କମ୍ୟୁଟେସନ ଦେୟ ଅର୍ଥକୁ ୧୫ ବର୍ଷ ପରିବର୍ତ୍ତେ ୧୦ ବର୍ଷ ମଧ୍ୟରେ ପରିଶୋଧ, ୧୮ ମାସର ବକେୟା ମହଙ୍ଗା ଭତ୍ତା ତୁରନ୍ତ ପ୍ରଦାନ, ରିହାତି ଦରରେ ରେଳଯାତ୍ରା, ଫୁଲବାଣୀ ଠାରୁ ସିଧା ପୁରୀ ପର୍ଯ୍ୟନ୍ତ ବସ ପ୍ରଚଳନ, ବରିଷ୍ଠ ନାଗରିକ ମାନଙ୍କୁ ରିହାତି ଦରରେ ବସ ଯାତ୍ରାର ସୁବିଧା, ଫୁଲବାଣୀ ଠାରୁ ପଡୋଶୀ ରାଜ୍ୟକୁ ବସ ସେବା ଯୋଗାଇ ଦେବାର ବ୍ୟବସ୍ଥା ବିଷୟରେ ଦାବି ଉପସ୍ଥାପନ କରାଯାଇଥିଲା।

nis-ad
Leave A Reply

Your email address will not be published.