ଫୁଲବାଣୀ:ଫୁଲବାଣୀ ସହରର ସର୍ବପୁରାତନ ବିଦ୍ୟାଳୟ ସରକାରୀ ଏଜେଓ ଉଚ୍ଚ ବିଦ୍ୟାଳୟର ୧୯୯୧ ମାଟ୍ରିକ୍ ବ୍ୟାଚର ବିଦ୍ୟାର୍ଥୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଫୁଲବାଣୀ ବ୍ଳକ ଅନ୍ତର୍ଗତ ନୁଆରିପଦର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାର ଏବଂ ରାଜ୍ୟ ବାହରର ବହୁ ଛାତ୍ରମାନେ ଯୋଗଦେଇ ନିଜ ନିଜର ସ୍କୃତି ଚାରଣ କରିଥିଲେ । ସେହି ସମୟର ପାଠ ପଢା ଏବଂ ବର୍ତ୍ତମାନର ପାଠ ପଢା ମଧ୍ୟରେ କେତେକ ଫରକ ହୋଇଯାଇଛି ସେ ଉପରେ ଅନେକ ପୁରାତନ ଛାତ୍ରମାନେ ମତ ପ୍ରକାଶ କରିଥିଲେ । ପ୍ରଭାତ ପଣ୍ଡାଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ବାହାରରୁ ଆସିଥିବା ଉରଜ ମହାପାତ୍ର , ଧିରେନ୍ ପାତ୍ର , ସୁନିଲ୍ ପଣ୍ଡା ,ଯୋଗେନ୍ଦ୍ର ସାହୁ, ସଂଗ୍ରାମ ଚୌଧୁରୀ , ପ୍ରିୟରାଜ ପଣ୍ଡା , ସୁଦର୍ଶନ ପଣ୍ଡା, ଲୁଲୁ ମହାପାତ୍ର, ସତ୍ୟଜିତ୍ ଦିକ୍ଷିତ, ମାନସ ମହାପାତ୍ରଙ୍କ ଭଳି ରାଜ୍ୟ ଓ ଜିଲ୍ଲା ବାହାରର ଛାତ୍ରମାନେ ଯୋଗଦେଇଥିବା ବିଭିନ୍ନ ଦିଗ ଉପରେ ସ୍କୃତି ଚାରଣ କରିବା ସହିତ ଇତି ମଧ୍ୟରେ ଯେଉଁ ଛାତ୍ରମାନେ ସ୍ୱର୍ଗରୋହଣ କରିଛନ୍ତି ସେମାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ପରିଚାଳନାରେ ପ୍ରଦୀପ ପଟ୍ଟନାୟକ, ସଂଜିବ ରାଓ, ଶିବ ସାହୁ , ଡ଼.ପଦ୍ୟୁମ୍ନ ପ୍ରଧାନ , ଆସିଶ୍ ମହାନ୍ତି , ଜିତୁ ସାହୁ , ପ୍ରଭାତ ମୁନୀ , ବାବୁ ଦୋରାଙ୍କ ସମେତ ଫୁଲବାଣୀରେ ରହୁଥିବା ସମସ୍ତ ବ୍ୟାଚର ଛାତ୍ରମାନେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.