ଗାଁ ବାସୀ ବାଲି ମାଫିଆ ମୁହାଁ ମୁହିଁ ପରିସ୍ଥିତି : ଜିଲ୍ଲାପାଳ ଙ୍କୁ କରିଥିବା ଗୁହାରୀ କିଛି ଫରକ ପଡ଼ିଲା ନାହିଁ…
ମୁଣ୍ଡ ଗଡ଼ିଲେ ପ୍ରଶାସନ ଦାୟୀ ରହିବତ…??!!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଚୋରା ବାଲି ମାଫିଆଙ୍କ ଆତଙ୍କ ରାଜ ରେ ଲୋକେ ଅତିଷ୍ଟ ହେଲେଣି। ଗତ ଚାରିଦିନ ତଳେ ଆସିକା ବ୍ଲକର ବାଲି ଛାଇ ପଞ୍ଚାୟତ ର ନିରାଳ ଗ୍ରାମବାସୀ ଗଞ୍ଜାମ ଜିଲ୍ଲା ପାଳଙ୍କୁ ଚୋରା ବାଲିକୁ ରୋକ ଲଗାଇବା ପାଇଁ ଏକ ଦସ୍ତଖତ ସମ୍ଭଳ ପତ୍ର ଦେଇଥିଲେ। ଏହା ପରେ ଭଞ୍ଜନଗର ଉପ ଜିଲ୍ଲାପାଳ ଓ ଆସିକା ତହସିଲଦାର ଓ ପୋଲିସ କୁ ଗାଁ ରୁ ଚୋରା ବାଲି ଚାଲାଣ ବନ୍ଦ କରିବାକୁ ଦାବୀ ପତ୍ର ମଧ୍ୟ ପ୍ରଦାନ କରିଥିଲେ। ପ୍ରଶାସନ ଚୋରା ବାଲି ଚାଲାଣ କୁ ରୋକ ଲଗାଇବା ବିଫଳ ହେବା ପରେ ଗାଁ ଲୋକେ ମେଳି ବାନ୍ଧି ବାଲି ମାଫିଆଙ୍କୁ ଟକ୍କର ଦେଇଛନ୍ତି। ଖଣି, ରାଜସ୍ୱ, ପୋଲିସ ବିଭାଗ ଏହି ବାଲି ମାଫିଆ ମାନଙ୍କ ପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ନେଉନଥିବା ଯୋଗୁଁ ଆଇନ ଶୃଙ୍ଖଳା ଭଳି ଆଜି ପରିସ୍ଥିତି ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲାରେ ଚୋରା ବାଲି ବ୍ୟବସାୟ ରେ ସ୍ଥାନୀୟ ରାଜନେତା ମାନଙ୍କ ସମ୍ପୃକ୍ତି ଓ ବାବୁ ମାନଙ୍କ ସମ୍ପୂର୍ଣ ସହଯୋଗ ଯୋଗୁଁ ଦିନ ଦାହାଡ଼େ ସହ ସହ ଟ୍ରାକ୍ଟର,ଟିପର,ହାଇୱା ରେ ଅବାଧ ରେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଛି। ଏହି ଚୋରା ବାଲି ଚାଲାଣ ଯୋଗୁଁ ମୁଣ୍ଡ ଗଡ଼ିବା ପରିସ୍ଥିତି ହେବ ବୋଲି ନିସର୍ତ୍ତରେ ରୀତିମତ ଖବର ପ୍ରକାଶ ହେଉଛି। ଜିଲ୍ଲା ପ୍ରଶାସନ ବେଳେ ଥାଉ ଥାଉ ଯଦି ଏହି ଚୋରା ବାଲି ମାଫିଆ ମାନଙ୍କ ପ୍ରତି ରୋକ ନଲଗାଇଲେ ଆସିକା ର ପୂର୍ବ ଅପରାଧ ସହର ରୂପେ ଦୋହରାଇବ ବୋଲି ସଚେତନ ମହଲ ରେ ଚର୍ଚ୍ଚା ହେଉଛି। ଏବଂ ଅନେକ ମୁଣ୍ଡ ମଧ୍ୟ ଗଡି ପାରେ ବୋଲି ଚର୍ଚ୍ଚା ହେଲାଣି l ପ୍ରଶାସନ ଗାଁ ଲୋକ କରିଥିବା ଅଭିଯୋଗ କୁ ଗ୍ରହଣ କଲାନି କାହିଁକି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଆଲୋଚନା ହେଉଛି l ବାଲି ମାଫିଆ ଓ ପ୍ରଶାସନ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ବାଟରୁ ଯାଇ ହାଟରେ ଗଡ଼ିଲାଣି l ଯଦି ଏହି ବାଲି ମାଫିଆ ମାନଙ୍କ ଦ୍ଵାରା କିଛି ଅପ୍ରୀତି କର ପରିସ୍ଥିତି ସୃଷ୍ଟି ହୁଏ ତେବେ ପ୍ରଶାସନ ହିଁ ଦାୟୀ ରହିବ ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ଗଞ୍ଜାମ ଜିଲ୍ଲା ରେ ଥିବା ମାଫିଆ ମାନେ ଏବେ ପ୍ରଶାସନ ର ଗେଲ୍ହା ପୁଅ କହିଲେ କିଛିବି ଭୁଲ ହେବ ନାହିଁ, ପ୍ରଶାସନ ମୋଟା ଅଙ୍କର ବଟି ନେଇ ମୌଜ ମସ୍ତିରେ ମସଗୁଲ ନିରୀହ ଜନତା ଗୁହାରୀ କରିବେ କାହାକୁ l କଥାରେ ଅଛି ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ l ଗଞ୍ଜାମ ଜିଲ୍ଲାର ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ କେବଳ ଏହି ବାଲି, ମଦ, ଏବଂ ଜମି ମାଫିଆ ମାନଙ୍କ ପାଇଁ l ଜିଲ୍ଲା ପ୍ରଶାସନ ସମ୍ପୂର୍ଣ କୋମାରେ ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି… I