ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଲିଥିବା ଶ୍ରୀ ଅନ୍ନ ଅଭିଜାନ କାର୍ଯ୍ୟକ୍ରମ କୁ ଅଧିକ ସୁଫଳ କରିବା ନିମନ୍ତେ ପରିଭ୍ରମଣର ସୁଯୋଗ ଦିଆଯାଇଥିବା ବେଳେ ରାଇକିଆ ପ୍ରକଲ୍ପ ତରଫରୁ କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ସ୍ୱାମିନାଥନ୍ ରିସର୍ଚ ଅନୁଷ୍ଠାନ (କୃଷି ଓ ବୈଷୟିକ ଗବେଶଣା ଗାର) କୁ ଏକ ୦୫ ଦିନିଆ ପରିଭ୍ରମଣ ତା ୧୫/୧୨/୨୦୨୪ ରିଖ ମଧ୍ୟରାତ୍ରୀ ଠାରୁ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ରାଇକିଆ ବ୍ଲକର ସହ କୃଷି ଅଧିକାରି ସୁଦିପ୍ତା ପ୍ରଧାନ ସୁଭାରମ୍ଭ କରିଥିବା ବେଳେ ବ୍ଲକ୍ ର ୦୫ ଗୋଟି ଗ୍ରାମପଂଚାୟତର ୧୩ ଗୋଟି ଗ୍ରାମରୁ ମୋଟ ୩୧ ଜଣ ମହିଳା ଓ ୦୯ ଜଣ ପୁରୁଷ ଚାଷି ଯୋଗ ଦେଇଛନ୍ତି । ସ୍ୱେଚ୍ଚାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ଦ୍ୱାରା ଆୟୋଜିତ ଏହି ପରିଭ୍ରମଣର ମୂଖ୍ୟ ଲକ୍ଷ୍ୟ ହେଉଛି ମାଣ୍ଡିଆ ଭଳି ବିଭିନ୍ନ କ୍ଷ୍ୟୁଦ୍ରଦାନା ଶସ୍ୟର ଜୈବିକ ଚାଷ ପଦ୍ଧତି, ସଘନ ପ୍ରଣାଳୀ ଚାଷ ଏବଂ ବୈଜ୍ଞାନିକ ପ୍ରଣାଳୀ ଗୁଡିକୁ ବାସ୍ତବ କ୍ଷେତ୍ରରେ ଜାଣିବା ଓ ଶିଖିବା ।
ଏହି ପ୍ରଣାଳୀ ମାଧ୍ୟମରେ କିପରି ଜୈବ ବିବିଧତା ଆଣି ପାରିଛନ୍ତି ତାହା ପରଖିବା ମଧ୍ୟ ଅନ୍ୟ ଏକ ଦିଗଥିଲା । ତତ୍ସହିତ ପ୍ରକ୍ରିୟା କରଣ, ଶସ୍ୟ ପାଣ୍ଠି ଗଠନ ଏବଂ ଜ୍ଞାନ କୌଶଳ ବିଷୟରେ ଜାଣିବା ପାଇଁ ପ୍ରୟାସ ରଖାଯାଇଛି । ଏଥି ନିମନ୍ତେ ଶ୍ରୀ ଅନ୍ନ ଅଭିଜାନ ତରଫରୁ ଆର୍ଥିକ ସହାୟତା ଦିଆ ଯାଇଥିବା ବେଳେ ଜିଲ୍ଲା କୃଷୀ ବିଭାଗ ସହଯୋଗ କରିଛନ୍ତି । ଏହି ଅଭିଜ୍ଞତାକୁ ନେଇ କିପରି ରାଇକିଆ ବ୍ଲକ୍ ରେ ଅଧିକ ରୁ ଅଧିକ ଚାଷୀଙ୍କୁ ଯୋଡି ସଫଳ ରୁପାୟନ ହୋଇପାରିବ ତାହା ପରିଭ୍ରମଣ ରୁ ଆଶା ରଖାଯାଇଛି । ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ବରିଷ୍ଠ କର୍ମୀ ଗିରିସ ଚନ୍ଦ୍ର ସାମାଲ, ଅନ୍ନପୁର୍ଣ୍ଣା ପ୍ରଧାନ, ହୃଷିକେଶ ଅମାୟତ ଓ କୃତିବାଶ ପ୍ରଧାନ ପ୍ରମୂଖ ୦୫ ଦିନ ଧରି ପରିଚାଳନା କରିବେ ବୋଲି ଜଣାପଡିଛି ।