ଉମରକୋଟ/ରାଇଘର : ନକଲି ନକ୍ସଲ ସାଜି ଲୋକଙ୍କ ପାଖରୁ ଟଙ୍କା ଆଦାୟ ଘଟଣାରେ ଦୁଇ ଲୁଟେରାଙ୍କ ବିଗତ କାଲି ଜେ,ଏମ,ଏଫ,ସି କୋର୍ଟ ରାଇଘର ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଯୁକ୍ତ ପ୍ରତ୍ୟୁଷ କୁମାର ଚାନ୍ଦ ଦୁଇ ଜଣଙ୍କ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହିତ ପାଞ୍ଚ ହଜାର( ୫000/-)ଟଙ୍କା ଲେଖାଏ ଫାଇନ କରିଛନ୍ତି ଏବଂ ସରକାରୀ ଓକିଲ ଶ୍ରୀ ତପନ କୁମାର ଗାଇନ ( APP) ରାଇଘର ଏହାର ପରିଚାଳନା କରିଥିଲେ।
ସୂଚନା ପ୍ରକାରେ, ଖୁଡୁକ ପଞ୍ଚାୟତ ଅନ୍ତର୍ଗତ ରାଜପୁର ଗ୍ରାମର,ରାମଲାଲ ହରିଜନ ( ୪୨) ବର୍ଷ ପିତା ଧନିରାମ ହରିଜନ ଓ ଖୁଡୁକ ଗ୍ରାମର ପିଲାରାମ ହରିଜନ (୩୨) ବର୍ଷ ପିତା ରାଜମନ ହରିଜନ ଦୁଇ ଜଣ ଏକ ହିରୋ ସୁପର ଏସପିଲଣ୍ଡାର ମଟର ସାଇକେଲ ଯାହାର ନମ୍ବର CG 23 M 6879 ଯୋଗେ ହାଟଭାରାଣ୍ଡି ଅନିଲ କୁମାର ଗାଣ୍ଟା (୨୮)ବର୍ଷ, ପିତା ଦୟାଦାନ ଗାଣ୍ଟାର ଆଧାର ସେଣ୍ଟର ଦୋକାନକୁ ଯାଇ ପଚାଶ ହଜାର ( ୫୦,୦୦୦/-)ଟଙ୍କା ନକଲି ନକ୍ସଲ ପରିଚୟ ଦେଇ ମାଗିଥିଲେ ଏବଂ ଏହି ଟଙ୍କା ଏକ ଦୁଇ ଦିନ ଭିତରେ ନ ଦେଲେ ଜୀବନରେ ମାରି ଦେବାକୁ ଧମକ,ଚମକ ଦେଇ ଭୟଭୀତ କରାଇ ଫେରି ଯାଇଥିଲେ। ୦୬/୦୯/୨୦୨୪ ରିଖ ଫୋନ କରି ଟଙ୍କା ରେଡି ହେଲା କି ନାହିଁ ଉଭୟ କହିବା ପରେ ଅନିଲ କୁମାର କହିଥିଲେ କୋଡ଼ିଏ ହଜାର ଟଙ୍କା ରେଡି ଅଛି କିନ୍ତୁ ନକଲି ନକ୍ସଲ ସମୁଦାୟ ଟଙ୍କା ନ ଦେଲେ ତୋର ଘର/ ଆଧାର ସେଣ୍ଟର ଆଗରେ ପୋଷ୍ଟର ମାରିବୁ ଯାହା ହେଲେ ତୁ ବୁଝିବୁ,ଏଥିରେ ଭୟଭୀତ ହୋଇ ଅନିଲ କୁମାର ୦୭/୦୯/୨୦୨୪ ରିଖ କୁନ୍ଦେଇ ଥାନାର ଦ୍ୱାରସ୍ତ ହୋଇ ଏକ ଲିଖିତ ଅଭିଯୋଗ କରିବା ପରେ କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସେଠି ଏହାକୁ ଗୁରତ୍ତ୍ୱର ସହିତ ଅନୁସନ୍ଧାନ ବା ଛାନବିନ କରିବା ପରେ ଉଭୟ ନକଲି ନକ୍ସଲ ନାମରେ ଟଙ୍କା ଆଦାୟ କରୁଥିବା ଦ୍ବୟଙ୍କୁ ଆରେଷ୍ଟ କରି କେସ ନଂ 89 u/sec 308 (5) 3(5) ବିଏନଏସ ୦୭/୦୯/୨୦୨୪ରିଖ ଉଭୟଙ୍କ ଜେଲ ହାଜତରେ ପଠେଇଥିଲେ। ଉଭୟ ଜେଲ ହାଜତରେ ରହି ବିଚାର ହୋଇ ଆସୁଥିଲେ। GR କେସ ନଂ 331/2024 ର ଉଭୟଙ୍କ ଚାର୍ଜ ସିଟ କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀ ୦୬/୧୧/୨୦୨୪ ରେ କୋର୍ଟରେ ଦାଖୋଲ କରିବା ପରେ ଜେଲ ରେ ଥିବା ଅବସ୍ଥାରେ ୯ ଜଣ ସାକ୍ଷୀମାନଙ୍କର ସାକ୍ଷ୍ୟ ଦାନ କରିବା ପରେ ବିଗତ କାଲି ୧୩/୧୨/୨୦୨୪ ରିଖ JMFC କୋର୍ଟ ରାଇଘର ବିଚାରପତି ଶ୍ରୀ ଯୁକ୍ତ ପ୍ରତ୍ୟୁଷ କୁମାର ଚାନ୍ଦ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ଓ (୫୦୦୦/-) ପାଞ୍ଚ ହଜାର ଟଙ୍କା ଲେଖାଏ ଜୋରିମାନା କରିଛନ୍ତି। ଭାରତୀୟ ନ୍ୟାୟ ସଂହିତାର ଏହି ପ୍ରଥମ କେସଟି ରାଇଘର ଗ୍ରାମୀଣ JMFC ନ୍ୟାୟାଳୟରେ ସମୁଦାୟ ତିନି ମାସ ଛ ଦିନରେ ସମାପ୍ତ ହେଲା । ସରକାରୀ ଓକିଲ ତପନ କୁମାର ଗାଇନ (APP) ରାଇଘର, ଏହି ନକଲି ନକ୍ସଲ ଘଟଣାର କେସଟି ନିଜ ଆଡକୁ ନେଇ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post