ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ ପରିସରରେ ବ୍ରହ୍ମପୁର ଏବଂ ଜିଲ୍ଲାର ସମସ୍ତ କୋର୍ଟର ୨୦୨୪ ମସିହାର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି । ଏହି ଅବସରରେ ୨୫୧୫ଟି ମାମଲର ଆଶୁ ସମାଧାନ ହୋଇ ମୋଟ ୮୩୫୧୨୮୭୫ ଟଙ୍କା ଲୋକଙ୍କୁ ପ୍ରଦାନ କରିବା ପାଇଁ ଆଦେଶ ଦିଆଯାଇଛି। ଜାତୀୟ ଆଇନ୍ ସେବା ପ୍ରାଧ୍ଵରଣର ନିର୍ଦ୍ଦେଶାନୁସାରେ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧ୍ଵରଣ, କଟକ ସହଯୋଗାଯୋଗରେ ଗଞ୍ଜାମ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ୨୦୨୪ରୁ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ପକ୍ଷଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଲୋକ ଅଦାଲତରେ ୫ଟି ବେଞ୍ଚରେ ଆୟୋଜନ କରାଯାଇଥିଲା । ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧ୍ଵରଣ ଅଧ୍ୟକ୍ଷ ରୁପଶ୍ରୀ ଚୌଧୁରୀଙ୍କ ତତ୍ତ୍ଵାବଧାନରୁ ଆୟୋଜିତ ଲୋକ ଅଦାଲତରେ ୬୩ଟି ମୋଟର ଦୁର୍ଘଟଣା ଜନିତ କେସର ସମାଧାନ ହୋଇ ବୀମା କମ୍ପାନୀ ଗୁଡ଼ିକୁ ମୋଟ ୪୮୮୫୫୩୭୬ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ ଦିଆଯାଇଥିଲା । ୩୩ଟି ଏନ୍ଆଇ ଆକ୍ଟ କେସ୍ର ସମାଧାନ ହୋଇ ମୋଟ ୧୩୦୩୩୫୭୩ ଟଙ୍କା ପୁନରୁଦ୍ଧାର ହୋଇଥିଲା। ସେହିପରି ମୋଟ ୪୧ଟି ବିବାହ ସମ୍ବନ୍ଧୀୟ ମାମଲାର ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ହୋଇଥିଲା। ମୋଟ ୧୫୯ଟି ବ୍ୟାଙ୍କ କେସ୍ ସମାଧାନ ହୋଇ ମୋଟ ୧୭୨୨୫୧୮୧ ଟଙ୍କା ଆଦାୟ କରାଯାଇଛି। ଅନ୍ୟାନ୍ୟ ଦେୱାନୀ ମାମଲାରୁ ୬୮ଟି ସମାଧାନ ହୋଇ ମୋଟ ୩୫୨୦୨୯ ଟଙ୍କା ଆଦାୟ କରାଯାଇଛି। ମୋଟ ୫୫୨ ଅନ୍ୟାନ୍ୟ ଫୌଜଦାରୀ ମାମଲାର ସମାଧାନ ହୋଇଛି। ସେହିପରି ୧୫୭୪ଟି ଜମିଜମା ସମ୍ବନ୍ଧୀୟ କେସ୍ର ସମାଧାନ ହୋଇ ୧୭୮୪୫୩ ଟଙ୍କା ଆଦାୟ ହୋଇଛି। ମୋଟ ୨୫ଟି କ୍ରିମିନାଲ କମ୍ପାଣ୍ଡୱେଲ କେସ୍ର ସମାଧାନ ହୋଇଥିବା ଜଣାପଡିଛି। ଏହି ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀ, ରାମ ଶଙ୍କର ହୋତା, ପ୍ରଥମ ଶ୍ରେଣୀ ଏଡ଼ିଜେ ଡ. ଇନ୍ଦୁ ଶର୍ମା, ଆୟୁସ୍ନାନ ମହନ୍ତ, ବିଭୂଶତ ଗୌତମ, ମୋଟର ଦୁର୍ଘଟଣା ସମ୍ବନ୍ଧୀୟ ମକଦମାର ସମାଧାନରେ ଅଂଶ ଗ୍ରହଣ କରିଥିଲେ। ସିଭିଲ କୋର୍ଟ ରେଜିଷ୍ଟ୍ରାର ପଦ୍ମଲୋଚନ ବଡ଼ଜେନା ଯୋଗ ଦେଇଥିଲେ। ଜିଲ୍ଲା ଆଇନସେବା ପ୍ରାଧୂକରଣ ସଚିବ ଦେବଶ୍ରୀ ସାହୁ ଅଦାଲତ ପରିଚାଳନା କରିଥିଲେ। ଉକ୍ତ ଲୋକ ଅଦାଲତରେ ବ୍ରହ୍ମପୁର କୋର୍ଟର ସମସ୍ତ ବିଚାରପତି ଓ ଆଇନଜୀବୀ ଅଂଶ ଗ୍ରହଣ କରିଥିଲେ। (ଫଟୋ
Sign in
Sign in
Recover your password.
A password will be e-mailed to you.