ଫୁଲବାଣୀ : ଓଡ଼ିଶାର ଚାଷୀମାନଙ୍କୁ ଇନ୍ପୁଟ୍ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ଅବସରରେ କନ୍ଧମାଳ ଜିଲ୍ଲାର ଚାଷୀମାନଙ୍କୁ ମଧ୍ୟ ଧାନର ସର୍ବନିମ୍ନ ଏଫ୍.ଏ.କ୍ୟୁ. ମୂଲ୍ୟ କ୍ସିଣ୍ଡାଲ ପିଛା ୨ହଜାର ୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନ୍ପୁଟ୍ ସହାୟତା ରାଶି ସହିତ ସମୁଦାୟ ୩ହଜାର ୧୦୦ ଟଙ୍କା ପ୍ରଦାନ କରାଯିବ । ଏହି ଉପଲକ୍ଷେ ସ୍ଥାନୀୟ କରୋନେସନ ପଡ଼ିଆରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ବିଧାୟକ, ଫୁଲବାଣୀ ଉମାଚରଣ ମଲ୍ଲିକ କହିଲେଯେ, ତାଙ୍କ ସରକାର ଓଡ଼ିଶାର ଚାଷୀମାନଙ୍କୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ସେମାନଙ୍କ ର କଠିନ ପରିଶ୍ରମର ମୂଲ୍ୟ ଦେବାକୁ ଯାଉଛି । ପ୍ରିୟ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରତିଶ୍ରୁତିକୁ ପ୍ରଥମ ବର୍ଷରୁହିଁ ଲାଗୁ କରିଛନ୍ତି । ସେଥିପାଇଁ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଦେଇଥିଲେ। ଯେଉଁ ଅତିରିକ୍ତ ଇନ୍ପୁଟ୍ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି ତାହା ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ଆକାଉଣ୍ଡରେ ଜମାହେବ ।ସେହିପରି, କଥାଦେଇଥିବା ଶୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ମଧ୍ୟ ଯୋଗ୍ୟ ହିତାକାରୀଙ୍କ ଆକାଉଣ୍ଟ ରେ ଜମାହୋଇସାରିଛି । ଯଦି କୌଣସି ଅସୁବିଧା ବଶତଃ ଜମା ହୋଇନାହି ଖୁବ୍ କମ୍ ଦିନ ମଧ୍ୟରେ ଜମା ହୋଇଯିବ। ସମସ୍ତେ ଟଙ୍କା ପାଇଲାପରେ ଦ୍ଵିତୀୟ କିସ୍ତି ଦିଆଯିବ। ତାଙ୍କର ଅନୁରୋଧ କ୍ରମେ ଜିଲ୍ଲାପାଳ ଆସନ୍ତା ମାସରୁ ଆଉ ୪୪ ଗୋଟି ରଟେଲ ପଏଣ୍ଡ ଖୋଲିଛନ୍ତି । ଫଳରେ ନିର୍ଭର ଘର ପାଖରେ ଧାନ ବିକ୍ରୟ, କରିବା ସହିତ ଆଗାମି ଦିନରେ ମାସିକ ଚାଉଳ ମଧ୍ୟ ସଂଗ୍ରହ କରି ପାରିବେ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅମ୍ରିତ ଋତୁରାଜ ଖରିଫ ୨୦୨୪-୨୫ ବର୍ଷ ସକାଶେ ଧାନକ୍ରୟ ଉପରେ ସୂଚନା ଦେବା ସହିତ ଧାନର ସର୍ବନିମ୍ନ ମୂଲ୍ୟ ସହିତ ଅତିରିକ୍ତ ଇନ୍ପୁଟ୍ ସହାୟକ ରାଶି କିଭଳି ବିକ୍ରୟର ୪୮ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କ ଆକାଉଣ୍ଡରେ ଜମାହେବ ସେ ବିଷୟରେ ଆଲୋଚନା କରିଥିଲେ । ଆଶା କରାଯାଉଛି ଚଳିତ ବର୍ଷ ଅଧିକ ପରିମାଣର ଧାନ ମଣ୍ଡିକୁ ଆସିବ। ଚାଷୀମାନଙ୍କ ସୁବିଧା ପାଇଁ ଚଳିତ ବର୍ଷ ଅଧୁକ ସଂଖ୍ୟକ ରିଟେଲ ପଏଣ୍ଡ, ଓ ରେଜିଷ୍ଟ୍ରେସନ ପଏଣ୍ଡ, ଖୋଲାଯିବ। ଫଳରେ ଚାଷୀମାନେ ଅଧିକ ସଂଖ୍ୟାରେ ପଞ୍ଜୀକରଣ କରିବେ ଓ ଧାନ ବିକୟ କରିପାରିବେ ବୋଲି ଜିଲ୍ଲାପାଳ କହିଥିଲେ । ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର କହିଲେ, ଗତ ବର୍ଷ ପ୍ରାୟ ୭୦ ହଜାର କ୍ରିଣ୍ଟାଲ ଧାନ କ୍ରୟ କରାଯାଇଥିବାବେଳେ ଚଳିତ ବର୍ଷ ୧ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ କ୍ରୟ ପାଇଁ ଆଶା କରାଯାଉଛି । ଧାନ ଅମଳରେ ବିଳମ୍ବ ଓ ଚାଷୀମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଚଳିତ ମାସ ୨୪ ତାରିଖରୁ ଧାନ କ୍ରୟ ଆରମ୍ଭ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ -ତଥା- କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶମୁନୀଥ ନନ୍ଦୀ, ଉପ ଜିଲ୍ଲାପାଳ, ଖଣ୍ଡମାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତଙ୍କ ସମେତ ବହୁ ସଂଖ୍ୟାରେ ଚାଷୀ, ସ୍ଥାନୀୟ ଜନସାଧାରଣ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.