ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ ଦଶମୀ ମଧ୍ୟରେ ରଥଯାତ୍ରା କରିବ ଇସ୍କନ

ପୁରୀ: ଅଦିନିଆ ନୁହେଁ ଗୋଟିଏ ତିଥିରେ ରଥଯାତ୍ରା ପାଇଁ ଉଦ୍ୟମ ଜାରି ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଗତକାଲି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀନଅରରେ ବସିଥିଲା ବୈଠକ । ବୈଠକରେ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ନୀତି ପ୍ରଶାସକ ଓ ଇସ୍କନ କର୍ତ୍ତୃପକ୍ଷ ।

ତେବେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ ଦଶମୀ ମଧ୍ୟରେ ଇସ୍କନ ରଥଯାତ୍ରା କରିପାରିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । କାରଣ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ ଦଶମୀ ମଧ୍ୟରେ ହିଁ ମହାପ୍ରଭୁଙ୍କ ରଥଯାତ୍ରାର ଶାସ୍ତ୍ର ସମ୍ମତ ବିଧି ରହିଛି, ତେଣୁ ଏହି ସମୟରେ ହିଁ ପରମ୍ପରା ଅନୁଯାୟୀ ରଥଯାତ୍ରା ପାଳନ କରାଯାଇପାରିବ । ଏଥିରେ ବ୍ୟତିକ୍ରମ ହେବା କଥା ନୁହେଁ । ତେବେ ଏନେଇ ଉଭୟ ପକ୍ଷର ଗବେଷକ ମାନେ ଶୀଘ୍ର ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଏନେଇ ଇସ୍କନ କର୍ତ୍ତୃପକ୍ଷ ଆଗାମୀ ଫେବ୍ରୁଆରି ମାସରେ ହେବାକୁ ଥିବା ତାଙ୍କ ଗଭର୍ଣ୍ଣିଂ ବଡି ବୈଠକରେ ପ୍ରସ୍ତାବ ଆଗତ କରିବ ।

nis-ad
Leave A Reply

Your email address will not be published.