ଭୂଜାଲି ଚୋଟରେ ରାଜସ୍ବ କର୍ମଚାରୀ ଗୁରୁତର

ଟାଙ୍ଗୀ: ଭୂଜାଲି ଚୋଟରେ ରାଜସ୍ବ କର୍ମଚାରୀ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର କର୍ମଚାରୀ ହେଲେ ମନୋଜ ହରିଚନ୍ଦନ । ଚିଲିକା ତହସିଲ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରନ୍ତି ମନୋଜ । ଜାଗାବାଡି ମାପ ଚିହ୍ନଟକୁ ନେଇ ଆକ୍ରମଣ କରାଯାଥିବା ସନ୍ଦେହ କରାଯାଉଛି ।

ଆକ୍ରମଣରେ ମନୋଜଙ୍କ ବେକ, ହାତ, ଛାତି, ଗୋଡ ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଆକ୍ରମଣ ପରେ ମନୋଜଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଖବର ପାଇ ଟାଙ୍ଗୀ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଟୁକୁ ମହାରଣାକୁ ଅଟକ ରଖିଛି ଟାଙ୍ଗୀ ପୋଲିସ ।

nis-ad
Leave A Reply

Your email address will not be published.