ବ୍ରହ୍ମପୁର : .ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୧୦ ଅଞ୍ଚଳରେ ସରକାରୀ ଜମିରେ ବେଆଇନ ହୋଠା ନିର୍ମାଣକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଅଞ୍ଚଳବାସୀ ଦେଲେ ସ୍ମାରକପତ୍ର। ୱାର୍ଡ ନମ୍ବର ୧୦ ଅନ୍ତର୍ଗତ ଯେ, ନୀଳକଣ୍ଠ ନଗରରେ ଥିବା ଜଳସେଚନ ବିଭାଗର ସରକାରୀ ଜାଗା କୁ କିଛି ବ୍ୟକ୍ତି ଦେଆଇନ ଭାବରେ କାଠା ନିର୍ମାଣ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେହି ଜାଗା ଦେଇ ୧୦ରୁ ୧୨ ସାହି ର ଜନସାଧାରଣ ଯାକାୟତପାଇଁ ନିର୍ଭର କରୁଛନ୍ତି ।ବାରମ୍ବାର ବିଏମସି ରେ ଅଭିଯୋଗ ହେବା ଫଳରେ ୨୦୧୧-୧୨ ମସିହାରେ ମୁନିସିପାଲିଟି ଦୁଇ ଥର ଏହି ଜାଗା ରେ ଥିବା ଘରକୁ ଭାଙ୍ଗି କରି ସଫା କରି ଥିଲେ ।ତେବେ କିଛି କୁଚକ୍ରି ବ୍ୟକ୍ତି କୁଜି ନେତା ଏବେ ସ୍ଥାନୀୟ କର୍ପୋରେଟର ଙ୍କ ସ୍ୱାମୀ ଏଥିରେ ସମ୍ପୃକ୍ତ ରହି ବେଆଇନ ଭାବେ କୋଠା ନିର୍ମାଣ କରି ଏହାକୁ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଆଜିର ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ତୁରନ୍ତ ଏହାର ତଦନ୍ତ କରି ସମାଧାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.