ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ପୌରପାଳିକା କାର୍ଯ୍ୟାଳୟରେ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ଗତ ଦୁଇ ଦିନ ତଳେ ଚୋରା ମାନଙ୍କର ଗୋଟିଏ ଗେଙ୍ଗ ରାତ୍ରରେ ଲୁହା କଟର ମେସିନ ବେଵହାର କରି ଲକ୍ଷାଧିକ ମୂଲ୍ୟର ଲୁହା ଖମ୍ବକୁ କାଟି ଚୋରି କରି ନେଇ ଥିଲେ |
ଏହାକୁ ନେଇ ଠିକେଦାର ବୀରମିତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗ ପରେ ଥାନା ଅଧିକାରୀ ବିଜୟା ବାନ୍ଧନା ପାତ୍ର ଚୋରକୁ ଧରିବା ପାଇଁ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରଙ୍କୁ ଧରିବାରେ ସଫଳ ହୋଇଥିଲେ | ଏହି ଚୋର ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ୨୨ଟି ଲୁହା ଖମ୍ବ ଜବତ ହୋଇଥିବା ବେଳେ ଚୋରି କରିବା ପାଇଁ ଚୋରମାନେ ବେବାହାର କରୁଥିବା ସାମଗ୍ରୀ ଗୋଟିଏ ଲୁହା କଟର ମେସିନ, ଗୋଟିଏ ସ୍କୁଟିକୁ ଉଦ୍ଧାର କରିବା ସହ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥିଲେ ! ବିଜୟ ଟପୋ, ଦେବାନ୍ଦ ଫାରୁଆ, ସୁବୋଧ ଲୁଗୁନ ( ପାଣ୍ଡୁ ) ଓ ବସନ୍ତ ସୁରିନ ଏହି ଅଭିଯୁକ୍ତଙ୍କ ନାମରେ ବୀରମିତ୍ରପୁର ଥାନା କେସ ନମ୍ବର 308/24,U/s.331(4)/305(a)BNS ମାମଲା ରୁଜୁ କରି ଡାକ୍ତରୀ ପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ପ୍ରକାଶ | ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଚୋରମାନଙ୍କ ମଧ୍ୟରେ ଭୋୟ ସୃଷ୍ଟି ହୋଇଛି | ଏହାକୁ ନେଇ ବୀରମିତ୍ରପୁର ପୋଲିସ ର କାର୍ଯ୍ୟାନୁଷ୍ଠାନକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି |
Sign in
Sign in
Recover your password.
A password will be e-mailed to you.
Prev Post