ଫୁଲବାଣୀ : କନ୍ଧମାଳ ଜିଲା ସଦର ମହକୁମାକୁ ରେଳପଥ ସଂଯୋଗ ନେଇ ଜିଲ୍ଲା ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ସମ୍ବଲପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ଫୁଲବାଣୀ ସଦର ମହକୁମା ଦେଇ ନିର୍ମାଣ କରିବା ନିମନ୍ତେ ଦୀର୍ଘ ବର୍ଷ ଧରି ହୋଇ ଆସୁଥିବା ଦାବୀକୁ ରେଳ ମନ୍ତ୍ରଣାଳୟ ଗ୍ରହଣ କରି ଗତ ୨୦୨୧-୨୨ରେ ଆର୍ଥିକ ଅନୁଦାନ ମଞୁର କରିଥିଲେ। କିନ୍ତୁ ଗତ ୨୦୨୨-୨୩ରେ ଓଡିଶା ସରକାରଙ୍କ ଓରିଡିଲ ପକ୍ଷରୁ ଦାଖଲ କରାଯାଇଥିବା ଡିପିଆରରେ ଫୁଲବାଣୀ ସଦର ମହକୁମାକୁ ବାଦ ଦେଇ ଚକାପାଦଠାରୁ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ଆଡେଣିଗଡ ଠାରେ ସଂଯୋଗ କରୁଥିବା ରେଲବିଭାଗ ୱେବସାଇଟରେ ସ୍ଥାନିତ କରାଯାଇଛି। ଫୁଲବାଣୀ ସଦର ମହକୁମା ରେଳ ସଂଯୋଗରୁ ବାଦ ପଡିବା ଫଳରେ ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି। ଏଥିରେ ଜିଲ୍ଲା ମିଳିତ ନାଗରିକ କମିଟି ଉଦବେଗ ପ୍ରକାଶ କରି ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ତାଙ୍କ ସହ ଆଲୋଚନା କରିଥିଲେ। ଫୁଲବାଣୀ ସଦର ମହକୁମାକୁ ସଂଯୋଗ କରି ନୂଆ ଡିପିଆର ପ୍ରସ୍ତୁତ କରି ରାଜ୍ୟ ସରକାର ରେଳମନ୍ତ୍ରଣାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇ ଡିପିଆର ଫେରସ୍ତ କରାଯାଇଛି ବୋଲି ରେଳମନ୍ତ୍ରୀ ଦଶପଲ୍ଲା ଷ୍ଟେସନ ଉଦଘାଟନ ଅବସରରେ ଘୋଷଣା କରିଥିଲେ। ଇତି ମଧ୍ୟରେ ନୂଆ ଡିପିଆର ପ୍ରସ୍ତୁତ କରିବାକୁ ଏକ ବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ କୌଣସି ଅଗ୍ରଗତି ହୋଇନଥିବାରୁ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ସୁପାରିଶ କରିବାକୁ ଶ୍ରୀ ପରିଡା ଅନୁରୋଧ କରିଛନ୍ତି।କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିବା ଜଣାଯାଏ।
Sign in
Sign in
Recover your password.
A password will be e-mailed to you.