ବିଶ୍ୱ ଶୌଚାଳୟ ଦିବସ ପାଳିତ : ତିନି ବ୍ଲକ ପୁରସ୍କୃତ

ଛତ୍ରପୁର, : ପ୍ରତିବର୍ଷ ୧୯ ନଭେମ୍ବରରେ ‘ବିଶ୍ୱ ଶୌଚାଳୟ ଦିବସ’ ପାଳନ କରାଯାଏ । ଏହି ଦିନର ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛତା ବିଶ୍ୱ ବିକାଶ ଓ ସମାଜର ଗରିବ ଶ୍ରେଣୀର ଲୋକଙ୍କ ମଧ୍ୟରେ ସଫାସୁତୁରାକୁ ନେଇ ସଚେତନତା ସୃଷ୍ଟି କରିବା ଓ ସମସ୍ତେ ଶୌଚାଳୟ ବ୍ୟବହାର କରିବା | ଚଳିତ ବର୍ଷ “ଆମ ଶୌଚାଳୟ ଆମ ସମ୍ମାନ” ଅଭିଯାନ ଆରମ୍ଭ ହୋଇଛି ଯାହା ୧୯ ନଭେମ୍ବରରୁ ଆରମ୍ଭ ହୋଇ ୧୦ ଡିସେମ୍ବର ୨୦୨୪ରେ ମାନବ ଅଧିକାର ଦିବସ ଅବସରରେ ଶେଷ ହେବ । ଏହି ଅବସରରେ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୁଲ୍ୟା ସମିଳନୀ କକ୍ଷରେ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଜିଲ୍ଲା ପରିଷଦ ସିଡିଓ ମଧୁମିତା, ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି, ବ୍ରହ୍ମପୁର ଉପଜ଼ିଲ୍ଲାପାଳ ଦିନା ଦସ୍ତାଗିରି ମଞ୍ଚାସିନ ରହି ଆଜିର ଦିବସ ତାପଯ୍ୟ ଉପରେ ଆଲୋକପାତ କରିଥିଲେ | କିଛି ବ୍ଲକ ଆବର୍ଜନା ସ୍ଥାନ ଗୁଡିକ ସଫା କରି ସେଠାରେ ସୌନ୍ଦଯ୍ୟ କରଣ କରିଥିବା ଅବସରରେ ସେମାନଙ୍କୁ ପୁରସ୍କୃତ କରାଯାଇଛି | ଭଲ କାମ କରିଥିବାରୁ ଭଞ୍ଜନଗର ପ୍ରଥମ ସ୍ଥାନ, ଛତ୍ରପୁର ବ୍ଲକ ଦ୍ଵିତୀୟ ଓ ଧରାକୋଟ ବ୍ଲକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି | କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ବିଭିନ୍ନ ବିଭାଗର ଅଧିକାରୀ ଙ୍କ ସମେତ ଡିଏସସି ନମିତା ନାହାକ ପ୍ରମୁଖ ଉପସ୍ଥିତଥିଲେ |

nis-ad
Leave A Reply

Your email address will not be published.