ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ମକରଝୋଳ ଉଚ୍ଚ ଓ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଳକସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଇଓ ଏସ. ଗିରିଧରଙ୍କ ସଂଯୋଜନାରେ ଆୟୋଜିତ ମେଳାରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ ଗଣପତି ସାହୁ, ସମିତିସଭ୍ୟ ଜି. ମୋହନ, ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ବି. ରାମଚନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ମେଳାରେ ହିଞ୍ଜିଳିକାଟୁ ବ୍ଳକର ବହୁ ଉଚ୍ଚ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ୧୭୧ଟି ପ୍ରକଳ୍ପ ପଦର୍ଶିତ ହୋଇଥିଲା । ବିଚାରକ ଭାବେ ପ୍ରାକ୍ତନ ଗଞ୍ଜାମ ଜିଲ୍ଲା ବିଜ୍ଞାନୀ ପର୍ଯ୍ୟବେକ୍ଷକ ଗୋପାଳ କୃଷ୍ଣ ପଣ୍ଡା, ପନ୍ନଗଭୂଷଣ ମାଝି ଓ ବ୍ରହ୍ମପୁର ସିଟି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଦିଲ୍ଲିପ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ ମେଳାରେ ୭ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ । ସ୍ଥାନୀୟ ପୌରାଞ୍ଚଳ ବୃନ୍ଦବାନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଧରିତ୍ରୀ ସାହୁ, ନନ୍ଦିକ ଉଚ୍ଚ ବିଦ୍ୟାଳୟର ସରସ୍ୱତୀ ପାଢି, ବେଲଗାଁ ରଘୁନାଥ ଉଚ୍ଚ ବିଦ୍ୟାଳୟର ଜେ. ଓଞ୍ଜନା ଆଚାରୀ, କଞ୍ଚୁରୁ ଉଚ୍ଚ ବିଦ୍ୟାଳୟର ଅଭିଷେକ ସାହୁ, ବୁରୁପୋଡା ଉଚ୍ଚ ବିଦ୍ୟାଳୟରଉମେଶ ବାଡତ୍ୟା, ମକରଝୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୁଭଶ୍ରୀ ବେହେରା ଓ ଦୁର୍ବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିଦ୍ଧ ବିନାୟକ ପଣ୍ଡା ପ୍ରମୁଖ ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ । ଉଦଯାପନି ଉତ୍ସବରେ ଅତିଥି ଭାବେ ଏବିଇଓ ସୁଶିଳ କୁମାର ପାତ୍ର, ବାଳକୃଷ୍ଣ ପାତ୍ର, ସୂର୍ଯ୍ୟକାନ୍ତି ପାତ୍ର, ଶିକ୍ଷକ ବିଷ୍ଣୁ ତ୍ରିପାଠୀ ଓ ଶିକ୍ଷୟତ୍ରୀ ଡି. ଗୌରୀ ପ୍ରମୁଖ ଉପସ୍ଥିତ ରହି କୃତୀ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରିଥିଲେ । ସିଆରସିସି ପ୍ରସନ୍ନ କୂମାର ସେଠି, ମକରଝୋଳ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁଧାରାଣୀ ମହାପାତ୍ର, ମକରଝୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭଗବାନ ସେଠି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ଉଲ୍ଲାସ ଚନ୍ଦ୍ର ବେହେରା, କାହ୍ନୁ ଚରଣ ସାହୁ, ଉତ୍ତମ କୁମାର ସାହୁଙ୍କ ସମେତ ବହୁ ସିଆରସିସି ଓ ଶିକ୍ଷକ, ଶିକ୍ଷୟତ୍ରୀ ବୃନ୍ଦ ସହଯୋଗ କରିଥିଲେ ।
ଫଟୋ-
Sign in
Sign in
Recover your password.
A password will be e-mailed to you.
Prev Post