ବ୍ରହ୍ମପୁର : ଗତ ବର୍ଷ ନଭେମ୍ବର ୨୫ ତାରିଖ ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ଛକ ନିକଟରେ ଥିବା ବ୍ରହ୍ମପୁର ଲଜ୍ ଓ ଡୋର୍ମିଟୋରିରୁ ପୁଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲ ପଠାଇଥିଲା । ମୃତ ମହିଳା ଜଣକ ହେଲେ ଆନ୍ଧ୍ରପ୍ରଦେଶ ର କୋନାପଲ୍ଲୀ କ୍ରୀଷ୍ଣାବେଣୀ ବୋଲି ଜଣାପଡିଥିଲା। ସେ କେରଳ ସାଜଦ ମଂଜ଼ୀଲ ପରିପାଲ୍ଲୀ ଥାନା ଅନ୍ତର୍ଗତ ଇଜିପୁରମ୍ ଗ୍ରାମର ସାମିଦମୋନ ଏଏସଙ୍କ ସହିତ ସ୍ୱାମୀ ଓ ସ୍ତ୍ରୀ ପରିଚୟ ଦେଇ ଲର୍ଡଜ ରେ ରହିଥିଲେ।ତେବେ ତାଙ୍କ ମୃତ୍ୟୁ ଉଦ୍ଧାର ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦାନ୍ତ କରିଥିଲା । ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା । ପୁଲିସ ତଦନ୍ତରେ କ୍ରିଷ୍ଣାକୁ ସାମିଦମୋନ ହିଁ ହତ୍ୟା କରିଥିବା ଜଣାପଡ଼ିଥିଲା । ।
ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ତତ୍କାଳୀନ ବୈଦ୍ୟନାଥପୁର ଥାନା ଅଧିକାରୀ ବାବା ଶଙ୍କର ସରଫ ଗତବର୍ଷ ଡିସେମ୍ବର ୧୨ତାରିଖରେ ହତ୍ୟାକାଣ୍ଡ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।
ଚଳିତବର୍ଷ ସେପ୍ଟେମ୍ବର ୮ ତାରିଖରେ ଅଭିଯୁକ୍ତ ସାମିଦମୋନ ଏନଡ଼ିପିଏସ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ କେରଳର ତ୍ରିସୁର ସ୍ଥିତ ଭିୟୁର ଜେଲରେ ରହିଥିବା ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଜାଣିବାକୁ ପାଇଥିଲା । ବ୍ରହ୍ମପୁର ପୁଲିସ ତାଙ୍କୁ ଏହି କେସରେ ଯୋଡ଼ିବା ପାଇଁ କେରଳ ସିଟିରେ ଥିବା ଜେଏମଏଫସି କୋର୍ଟରେ ରିମାଣ୍ଡ ଆବେଦନ କରିଥିଲା । ଉକ୍ତ କୋର୍ଟ ଦୁଇଦିନିଆ ରିମାଣ୍ଡ ମଞ୍ଜୁରୀ କରିଥିଲେ । ସେହିକ୍ରମରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ଅଭିଯୁକ୍ତ ସାମୀଦମୋନକୁ ରିମାଣ୍ଡରେ ବ୍ରହ୍ମପୁର ଆଣି ପଚରାଉଚରା କରିଛି । ୨୧ ତାରିଖରେ ରିମାଣ୍ଡ ସମୟ ଧାର୍ଯ୍ୟ ଶେଷ ହେବା ପରେ ପୁଲିସ ପୁଲିସ କେରଳ କୋର୍ଟରେ ହଜାର କରିବାକୁ କେରଳ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ବର୍ତ୍ତମାନ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ସାମିଦମୋନକୁ ଜେରା କରୁଥିଲେ ହେଁ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ କରିପାରିନଥିବା ଜଣାପଡିଛି । ବର୍ତ୍ତମାନ ତଦନ୍ତ ଜାରି ରହିଛି ରିମାଣ୍ଡ ଶେଷ ପୂର୍ବରୁ ଅଭିଯୁକ୍ତ ସ୍ୱାମୀଙ୍କ ଠାରୁ ବହୁତ କିଛି ତଥ୍ୟ ହାସଲ କରିବ ବୋଲି ପୁଲିସ ଆଶା ରଖିଛି । ଘଟଣା ଘଟିବାର ଏକବର୍ଷ ପରେ ପୁଲିସ ଅଭିଯୁକ୍ତ ଚିହ୍ନଟ କରିବାରେ ସକ୍ଷମ ହୋଇଥିବା ବେଳେ ଏବେ ପୁଲିସ ଅଭିଯୁକ୍ତକୁ ରିମାଣ୍ଡ ହତ୍ୟାପଛର ପ୍ରକୃତ କାରଣ ଖୋଜୁଥିବା ଜଣାପଡିଛି । ତୁରନ୍ତ ହତ୍ୟାକାଣ୍ଡ ପଛର ପରଦା ହଟିବ ବୋଲି ଏସପି ଡ଼ଃ ସର୍ବଣା ବିବେକ ଏକ କହିଛନ୍ତି।