ବ୍ରହ୍ମପୁର, ୧୪/୧୧ : ଉତ୍କଳୀୟ ପରମ୍ପରାର ଅନନ୍ୟ ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେବାକୁ ଥିବା “ବୋଇତ ବନ୍ଦାଣ ମହୋତ୍ସବ” ପାଇଁ ଆଜି ଗୋପାଳପୁର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା “ବୋଇତ ବନ୍ଦାଣ ମହୋତ୍ସବ” ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ । ପ୍ରାତଃ ୩ ଘଟିକା ସମୟରେ “ସାଧବ ସାଂସ୍କୃତିକ ସମାରୋହ”, ପ୍ରାତଃ ୫ ଘଟିକାରୁ “ବୋଇତ ବନ୍ଦାଣ ମହୋତ୍ସବ”,ପରେ ୭ ଘଟିକାରୁ “ଚିତ୍ତାକର୍ଷକ ଲୋକନାଟ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ”,ଝୋଟି ଓ ହୁଳ ହୁଳି ପ୍ରତିଯୋଗିତା,ଓଡ଼ିଆଣୀ ବେଶ ପ୍ରତିଯୋଗିତା,୮ ଘଟିକା ସମୟରେ ଓଡ଼ିଆ ଘରର ପାରମ୍ପରିକ ପିଠାପଣା ପ୍ରତିଯୋଗିତା ସହ ୧୦ ଘଟିକା ସମୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ନରେ “କଳିଙ୍ଗର ନୌବାଣିଜ୍ୟ ପରମ୍ପରାରେ ଗଞ୍ଜାମର ଅବଦାନ” ଶୀର୍ଷକ ଆଲୋଚନା ଚକ୍ର ସହ ସ୍ମରଣୀକା “ତଅପୋଇ” ଉନ୍ମୋଚନ ହେବ । ପରେ “ରାମାୟଣ” ଏବଂ ସଂଧ୍ୟା ୫ ଘଟିକା ୩୦ ସମୟରେ “ମହୋଦଧି ଆଳତୀ” ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏଣୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ଖୋଦ୍ ଉପସ୍ଥିତ ରହି ଏହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ,ବ୍ରହ୍ମପୁର ଉପଜିଲ୍ଲାପାଳ,ଗୋପାଳପୁର ବନ୍ଦର କତ୍ତୃପକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.