ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପକ୍ଷରୁ ଶିଶୁ ମହୋତ୍ସବ ଓ ପୁରସ୍କାର ବିତରଣ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଶିଶୁ ଦିବସ ପାଳନ ଅବସରରେ ଗୁରୁବାର ସନ୍ଧ୍ୟାରେ କଳାମନ୍ଦିର ପରିସରରେ ଶିଶୁ ମହୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଵୋସନାରୀ ଆଇଏଏସ ଅଫିସର ପ୍ରଣିତା ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଲିଙ୍ଗରାଜ ସେନାପତି, ଗୁରୁ ସତ୍ୟ ନାରାୟଣ ସାହୁ, ଉପସଭାପତି ପର୍ଶୁରାମ ସାହୁ, ମଞ୍ଚାସିନ ଥିଲେ । ପୂର୍ବରୁ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ବିଦ୍ୟାଳୟ ଶିକ୍ଷାର୍ଥୀ ମାନଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କନିଷ୍ଠ ବିଭାଗ ଓଡିଶୀ ନୃତ୍ୟ ପ୍ରତିଯୋଗିତାରେ ସ୍ପନ୍ଦିତା ପ୍ରିୟଦର୍ଶୀ ପାଳ, ସାଇସୁଧା ସାବତ ଦ୍ୱିତୀୟ ଓ ତମନ୍ନା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏକକ ସଙ୍ଗୀତ ନୃତ୍ୟ ପ୍ରତିଯୋଗିତାରେବର୍ଷାନି ପାଢି ଓ ମୋତି ପ୍ରଜ୍ଞା ସ୍ବାଇଁ ୧ମ, ଦିବ୍ୟଜ୍ୟୋତି ପଢୀଆଳି୨ୟ ଓରାଜତିଲକ ରାଓ ୩ୟ ସ୍ଥାନ ଅଧିକାର କରିଥିଲେ । ଗୋଷ୍ଠୀଗତ ନୃତ୍ୟ ପ୍ରତିଯୋଗିତାରେ ସରକାରୀ ୟୁପି ସ୍କୁଲ୍ ନୁଆଗଡ ୧ମ କେନ୍ଦ୍ରୀୟ ବିଦ୍ୟାଳୟ ୨ୟ, ସରସ୍ଵତୀ ସିଶୁ ବିଦ୍ୟ ମନ୍ଦିର ୩ୟ ସ୍ଥାନ ଅଧିକାର କରିଥିଲା । ବରିଷ୍ଠ ବିଭାଗ ଓଡିଶୀ ନୃତ୍ୟ ପ୍ରତିଯୋଗିତାରେ ଆଦିତି ପଟ୍ଟନାୟକ ୧ମ ଶ୍ରୀୟା ଶ୍ରୀ କୁମାରୀ ସାହୁ ୨ୟ , ଓ। କାବେରୀ ସ୍ଵାଇଁ ୩ୟ ସ୍ଥାନ ଅଧିକାର କରିଥିଲେ । ଏକକ ନୃତ୍ୟ ପ୍ରତିଯୋଗିତାରେ ପ୍ରତିକ୍ଷା ପାଠୀ ୧ମ, ଈ ସ୍ନେହା ପାତ୍ର୨ୟ ଏବଂ ପ୍ରଣତି ସେଠି ଓ ଈ ସାଇଶ୍ରୀ ପାତ୍ର୩ୟ ସ୍ଥାନ ଅଧିକାର କରିଥିଲେ । ଗୋଷ୍ଠୀ ନୃତ୍ୟ ପ୍ରତିଯୋଗିତାରେ ବୃନ୍ଦାବନ ନାୟକ ଈଙ୍ଗ୍ଲିସ ମିଡିୟମ ସ୍କୁଲ ୧ମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୨ୟ ସ୍ଥାନ ଏବଂ ଶ୍ରୀ ସ୍ଵାମୀ ଚିଦାନନ୍ଦ ଶିଶୁ ମନ୍ଦିର ରେଗିଡ୩ୟ ସ୍ଥାନ ଅଧିକାର କରିଥିଲା । ଅନୁମାନ ପଣ୍ଡା ତବଲା ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥି ସହ କନିଷ୍ଠ ଓ ବରିଷ୍ଠ ବିଭାଗର କଣ୍ଠ ସଙ୍ଗୀତ, ଯନ୍ତ୍ର ସଙ୍ଗୀତ, ଚିତ୍ରାଙ୍କନ ଓ ହାରମୋନିୟମ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିକ୍ଷକ ନିଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେ ଳେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.