ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରରେ ଦିନକୁ ଦିନ ମୋବାଇଲ ଫୋନ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ହିଞ୍ଜିଳିକାଟୁ ସହର ପାଲଟିଛି ମୋବାଇଲ ଚୋର ହବ। ଜନଗହଳି ସ୍ଥାନରେ ଲୋକଙ୍କୁ ଟାର୍ଗେଟ କରି ଅଭିନବ କୌଶଳରେ ମୋବାଇଲ ଚୋରି କରୁଥିବା ଜଣାପଡିଛି। ଗୁରୁବାର ସକାଳେ କୋରାମଣି ରାଉଳ ପରିବା କିଣିବା ସମୟରେ ମୋବାଇଲ ଚୋରି ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତିି। ସେହିପରି ଗତ ୧୫ଦିନ ଭିତରେ ୫୦ରୁ ଊର୍ଦ୍ଧ୍ଵ ମୋବାଇଲ ଚୋରି ହେବା ସୂଚନା ମିଳିଛି। ମୋବାଇଲ ଚୋରିର ଶିକାର ହେବା ପରେ କିଛି ଲୋକ ଥାନାରେ ଜଣାଉଥିବା ବେଳେ ଆଉ କିଛି ଲୋକ ନିଜ ଭାଗ୍ୟକୁ ଆଦରି ଚୁପ ରହୁଛନ୍ତି। ବିଶେଷ କରି ସକାଳୁ ପରିବା ବଜାର, ବିଜୁପଟ୍ଟନାୟକ ଛକ, ବସଷ୍ଟାଣ୍ଡ ପରିସରରେ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ପରିବା ବଜାରରେ ଭିଡର ସୁଯୋଗ ନେଇ ମୋବାଇଲ ଲୁଟେରା ଅତି ଚତୁରତାର ସହ ପରିବା ବାଛିବା ବେଳେ ଟାର୍ଗେଟ କରି ମୋବାଇଲ ଲୁଟ କରିଥାନ୍ତି। ବୁଲୁଛନ୍ତି ମାଳ ମାଳ ଲୁଟେରା ।ଆଖିପିଛୁଳାକେ କରି ନେଉଛନ୍ତି ଲୁଟ ସ୍ଥାନୀୟ କିଛି ଅସାମାଜିକ ବ୍ୟକ୍ତିମାନେ ଏହି ଲୁଟେରା ଗ୍ୟାଙ୍ଗ ରେ ସାମିଲ ଥିବା ଶୁଣିବାକୁ ମିଳିଛି।ଯେମିତିକି ମୋବାଇଲଧାରୀ ନିଜ ମୋବାଇଲ ଚୋରି ହେବାର ସୁରାକ ବି ପାଇ ପାରୁନାହାନ୍ତି। ଅନ୍ୟ ଏକ ସ୍ଥାନ ହେଲା ସାପ୍ତାହିକ ହାଟ ଆହାର କେନ୍ଦ୍ର ନିକଟରେ ମଧ୍ୟ ଏହିଭଳି ଉପାୟରେ ମୋବାଇଲ ଚୋରି ହେବାରେ ଲାଗିଛି। ଏତେ ମାତ୍ରାରେ ମୋବାଇଲ ଚୋରି ହେଉଛି ହେଲେ ଚୋରର ଟେର ପାଇପାରୁନି ପୁଲିସ। ମୋବାଇଲ ଚୋରି କରୁଛି କିଏ ତାର ତିଳେ ବି ସୁରାକ ପାଉନି ପୁଲିସ। ପୋଲିସ ବସଷ୍ଟାଣ୍ଡ ଓ ବିଜୁପଟ୍ଟନାୟକ ଛକ ରେ ଜଗି ଛନ୍ତି ।ଏହା ସହ ବିଜୁପଟ୍ଟନାୟକ ଛକ ରେ ପୋଲିସ ପକ୍ଷରୁ ସିସିଟିଭି ଲାଗିଛି କିନ୍ତୁ ମୋବାଇଲ ଚୋରି କରୁଛି କିଏ ତାର ତିଳେ ମଧ୍ୟ ସୁରାକ ପାଉନି ପୋଲିସ।ମୋବାଇଲ ଚୋରି ରୋକିବା ସହ ଚୋରି ମୋବାଇଲ ଉଦ୍ଧାର କରିବା ସ୍ଥାନୀୟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।
Sign in
Sign in
Recover your password.
A password will be e-mailed to you.
Prev Post