ଛତ୍ରପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସାମନ୍ତପଲ୍ଲୀ ଠାରେ ମା’ ତାରାତାରିଣୀ ଟେକ୍ସଟାଇଲ୍ ସହଯୋଗରେ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପ ପାର୍କ ନିର୍ମାଣ ପାଇଁ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଗଞ୍ଜାମ ଜିଲ୍ଲାର ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀମାନଙ୍କ ମଧ୍ୟରୁ ସିତାରାମ ପାଣିଗ୍ରାହୀ, ଶିଶିର ପାଣିଗ୍ରାହୀ, ରାଧାଶ୍ୟାମ ପାଣିଗ୍ରାହୀ, ଜିତେନ୍ଦ୍ର ପାଣିଗ୍ରାହୀ ଓ ନିରଞ୍ଜନ ମହାରଣା ଏକ ପ୍ରତିନିଧି ଦଳ ସୁରତ ଗସ୍ତ କରି ସେଠାକାର ଓଡିଆ ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀଙ୍କ ସହିତ ଆଲୋଚନା କରିଛନ୍ତି । ଓଡିଶା ଗଞ୍ଜାମ କବିସୂର୍ଯ୍ୟନଗର ସାମନ୍ତପଲ୍ଲୀ ଗ୍ରାମ ଠାରେ ମା ତାରାତାରିଣୀ ଟେକ୍ସଟାଇଲ୍ ଅଧୀନରେ ୫୦୦ ଶହ ଭରଣ ଜମି ରହିଛି । ଗୁଜରାଟର ସୁରତ ମଡେଲର ବିଭିନ୍ନ ନୂତନ ବୟନ ଶିଳ୍ପସ୍ଥାପନ କରିବା ପାଇଁ ସହମତି ଜଣାଇଛନ୍ତି । ଭବିଷ୍ୟତରେ ଓଡିଶାକୁ ମଧ୍ୟ ଏକ ଟେକ୍ସଟାଇଲ୍ ହବ୍ କରିବା ପାଇଁ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଲୋଡାଯିବାକୁ ଆଲୋଚନା ବୈଠକରେ ସ୍ଥିର ହୋଇଥିଲା । ଗଞ୍ଜାମ ଜିଲ୍ଲାର ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀ ଓ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀ ମିଳିତ ଭାବେ ଖୁବ୍ ଶୀଘ୍ର ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ କରି ଆଲୋଚନା କରିବେ ବୋଲି ନିଷ୍ପତି ନିଆଯାଇଛି । ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀ ମୁକେନ୍ଦ୍ର ଦେଓ, ଅଭିମନ୍ୟୁ ଜେନା, ଶ୍ରୀକାନ୍ତ ରାଉତ,ମନୋଜ ପାଢୀ, ଅଭିମନ୍ୟୁ ମଣ୍ଡଳ, ସୁଦର୍ଶନ ଜେନା, ପର୍ଶୁରାମ ନାହାକ, କବିରାଜ ନାହାକ, ଭାବଗ୍ରାହୀ ପଣ୍ଡା, ପ୍ରଦୀପ ଦଳାଇ ଓ ବିରେନ୍ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.