ବିଭିନ୍ନ ଦାବୀ ନେଇ ଟିଟାନିୟମ ଭୂ -ବିସ୍ଥାପିତ କଲ୍ୟାଣ ସମିତିର ଆନ୍ଦୋଳନ

ଛତ୍ରପୁର : ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ ଟିଟାନିୟମ କମ୍ପାନୀ ଏବେ ବନ୍ଦ ହେବାର ଆଶଙ୍କା କରାଯାଉଛି, ଗୋଟେ ପଟେ କମ୍ପାନୀ ବିଭିନ୍ନ ଆଳ ଦେଖାଇ କର୍ମଚାରୀ ମାନଙ୍କୁ ଛଟେଇ କରିବା ନିମନ୍ତେ ଗୋଟିଏ ପରେ ଗୋଟିଏ ନୋଟିସ ଜାରି କରୁଥୁବା ବେଳେ ଅନ୍ୟ ପଟେ କର୍ମଚାରୀ ମାନେ ନିଜ ପେଟ ପାଟଣା କୁ ନେଇ ଚିନ୍ତା ରେ ପଡିଲେଣି, ଜମି ଦେଲେ, ଶ୍ରମ ଦେଲେ, କମ୍ପାନୀ ଗଢିବାରେ ସମ୍ପୂର୍ଣ୍ଣ ସହଯୋଗ କଲେ, ଶେଷରେ କମ୍ପାନୀ ସେମାନଙ୍କୁ ଧୋକା ଦେବାରେ ଲାଗିଛି ଏହାକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି କହି ସେପଟେ ଋଣ ହୁଙ୍କାର ଦେଇଛନ୍ତି ଟିଟାନିୟମ ଭୂ -ବିସ୍ଥାପିତ କଲ୍ୟାଣ ସମିତି ର ଶ୍ରମିକ ମାନେ, କେତେ ଆଶା ଭରସା ନେଇ ଆମେ ଜମି ଦେଲୁ ବିସ୍ଥାପିତ ହେଲୁ, କମ୍ପାନୀ ରେ ଖଟି ଚାକିରୀ କରି ନିଜ ଓ ନିଜ ପରିବାର ପୋଷିବା ନିମନ୍ତେ ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ପୂର୍ବ ଭଳି କମ୍ପାନୀ କୁ ସଠିକ ପରିଚାଳନା ନ କରି ବିଭିନ୍ନ ବାହାନା ଦେଖାଇ ଆମ୍ଭ ମାନଙ୍କୁ ଛଟେଇ କରିବା ନିମନ୍ତେ ମସୁଧା ଚଳାଇଛନ୍ତି , ତେବେ ଆମର ଚାକିରୀ ଚାଲିଗଲେ ଆମ ର ଜୀବିକା କିପରି ନିର୍ଭର କରିବୁ ବୋଲି ସେମାନେ କହିବା ସହିତ ଦୀର୍ଘ ୧୫ ବର୍ଷ ଧରି କମ୍ପାନୀ ସୁରକ୍ଷା ନିମନ୍ତେ ଯେଉଁ ସୁରକ୍ଷା କର୍ମୀ ମାନେ ଚାକିରୀ କରୁଛନ୍ତି ସେମାନଙ୍କୁ କିଛି ରାଜନୈତିକ ବ୍ୟକ୍ତି ପରୋଚନା ଆସି କମ୍ପାନୀ କତୃପକ୍ଷ ଛଟେଇ କରିବା ନୋଟିସ କରିଛି ଏବଂ ଅନ୍ୟ ଅଂଚଳ ଲୋକଙ୍କୁ ଏଠାକୁ ଆଣିବା ନିମନ୍ତେ ଉଦ୍ୟମ ଚଳାଇଛନ୍ତି, ତାହା ଠିକ ନୁହେଁ, ବର୍ତମାନ କମ୍ପାନୀ ମନମୁଖି ଭାବେ କାର୍ଯ୍ୟ କରୁଛି, ସେମାନଙ୍କ ଭବିଷ୍ୟତ କୁ ଅନ୍ଧାର ରେ ଠେଲି ଦେବା ନିମନ୍ତେ ଉଦ୍ୟମ କରୁଛି, ଏହାକୁ କରାଇ ଦିଆଯିବ ନାହିଁ, ଯିଏ ଯେଉଁ ବିଭାଗ ରେ ଚାକିରୀ କରୁଛନ୍ତି ସେମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ସଠିକ ଭାବେ ଦାୟିତ୍ୱ ଦିଅନ୍ତୁ, କାହାର ଚାପ ରେ ନ ଆସି ସମସ୍ତଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ସହିତ ସେମାନଙ୍କୁ ପୁନଃ ନିଯୁକ୍ତି ଦାବି ନେଇ ଶନିବାର ଟିଟାନିୟମ କମ୍ପାନୀ ର ମୁଖ୍ୟ ଫାଟକ ବନ୍ଦ କରି ଫାଟକ ସମ୍ମୁଖରେ ରେ ଭୂ ବିସ୍ଥାପିତ କଲ୍ୟାଣ ସମିତି ର ସଭାପତି ଏସ. ଚକ୍ରପାଣି ରେଡ୍ଡୀ ଙ୍କ ନେତୃତ୍ୱ ରେ ସମିତି ର ସମସ୍ତ ଶ୍ରମିକ ମାନେଆନ୍ଦୋଳନ କୁ ଓଲ୍ଲାଇଛନ୍ତି, ରାଜ୍ୟ ସରକାର, ଗଞ୍ଜାମ ଜିଲ୍ଲାପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ଦାବି ସହିତ ସମସ୍ୟା ଗୁଡିକ ର ତୁରନ୍ତ ସମାଧାନ କରିବା ନିମନ୍ତେ ସେମାନେ ଦାବି କରିଥିଲେ

nis-ad
Leave A Reply

Your email address will not be published.