କଲେଜ ଓ ଡିଆରଡିଏ ଛକଠାରେ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ନିମନ୍ତେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀଙ୍କୁ ପତ୍ର

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ ଛକ ଠାରୁ ଡିଆରଡିଏ ଛକ ଜାତୀୟ ରାଜପଥରେ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ କେନ୍ଦ୍ର ସଡକ ଓ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରିଙ୍କୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ବିଶେଷ କରି ଏହି ଓଭରବ୍ରିଜ୍ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଲେଜ ଛକ ଠାରୁ ଡିଆରଡିଏ ଛକ ଜାତୀୟ ରାଜପଥ ସଂଲଗ୍ନ ହୋଇଛି । ଜାତୀୟ ରାଜପଥର ଗୋଟିଏ ପାଶ୍ୱର୍ରେ ଛତ୍ରପୁର ସହର ରହିଥିବା ବେଳେ ଅନ୍ୟ ପାଶ୍ୱର୍ରେ ଜନବସତି ବହୁ ଗାଁ ରହିଛି । ଏଣୁ ଦୈନିକ ହଜାର ହଜାର ଯାତ୍ରୀ ଗାଁ ରୁ ସହରକୁ ଏବଂ ସହରବାସୀ ଜାତୀୟ ରାଜପଥ ଦେଇ ବିଭିନ୍ନ ସ୍ଥାନ ଯାଇଥାନ୍ତି । ଏହାସହିତ ଜାତୀୟ ରାଜପଥ ପାର କରି ପ୍ରତିଦିନ ସ୍କୁଲ ଓ କଲେଜକୁ ହଜାର ହାଜର ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କ ଯାତାୟତ ରହୁଛି । ଜାତୀୟ ରାଜପଥକୁ ସଂଲଗ୍ନ ହୋଇଥିବା ଏହି ଦୁଇଟି ଛକରେ ଟ୍ରାଫିକ୍ ସମସ୍ୟା ସହିତ ଯାତ୍ରୀମାନଙ୍କ ପାଇଁ ବିପଦ ଏବଂ ଅସୁବିଧା ସୃଷ୍ଟି କରୁଛି ଏବଂ ଦୈନିକ ଛୋଟ ବଡ ଦୁର୍ଘଟଣା ଘଟୁଛି । ଫଳରେ ଯାତ୍ରୀମାନେ ଜୀବନ ହାନୀ ହେବାଠାରୁ ଗୁରୁତର ଆହତ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଛତ୍ରପୁର କଲେଜ ଛକ ଠାରୁ ଡିଆରଡିଏ ଛକ ପର୍ଯ୍ୟନ୍ତ ତୁରନ୍ତ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲେ ଯାତ୍ରୀମାନେ ଉପକୃତ ହୋଇପାରିବେ । ସେହିପରି ଗୋପାଳପୁର ପୋର୍ଟକୁ ପରିବହନର ସୁଗମ ନିମନ୍ତେଜାତୀୟ ରାଜପଥ ଠାରୁ ଗୋପାଳପୁର ପୋର୍ଟକୁ ସିଧାସଳଖ ଏକ ରାଜପଥ ନିର୍ମାଣ ପାଇଁ ମଞ୍ଜୁର ହୋଇଛି । ଏହି ରାଜପଥର ନିର୍ମାଣ କାମ ମଧ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଛତ୍ରପୁର ବିଧାୟକ ଶ୍ରୀ ନାୟକ କେନ୍ଦ୍ର ସଡକ ଓ ପରିବନ ମନ୍ତ୍ରୀଙ୍କୁ ପ୍ରେରଣ କରିଥିବା ଅନୁରୋଧ ପତ୍ର ଉଲ୍ଲେଖ କରିଥିବା ଜଣାଇଛନ୍ତି ।

nis-ad
Leave A Reply

Your email address will not be published.