ବ୍ରହ୍ମପୁର : କିଛି ଦିନ ହେବ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ,ଚିକିଟି ଅଞ୍ଚଳରେ ମହାବଳ ବାଘର ଆତଙ୍କ ଦେଖା ଦେଇଛି…ବୋଲି ଗୁଜବ ସୃଷ୍ଟି ହୋଇଛି | ତେଣୁ ଲୋକ ମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖା ଦେଇଛି।ଏହାର ସୁଯୋଗ ନେଇ କିଛି ପୁରୁଣା ଓ ଅନ୍ୟ ରାଜ୍ୟର କିଛି ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ ଓପ ଲୋଡ କରି ଭଲ ରୋଜଗାର ଲକ୍ଷ ରେ ୟୁ ଟୁବର୍ ମାନେ ଲୋକଙ୍କୁ ଭ୍ରମିତ ଓ ଭୟ ସଞ୍ଚାର କରୁଛନ୍ତି। ଏହା ସତ ଯେ କିଛି ମାସ ପୂର୍ବେ ଏକ ମହାବଳ ବାଘ ମହାରାଷ୍ଟ୍ର ରୁ ଆସି ଓଡ଼ିଶାରେ ପ୍ରବେଶ କରିଛି ସେ ଅନେକ ଜିଲ୍ଲା ବୁଲୁଥିବା ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି।କିନ୍ତୁ ଉକ୍ତ ମହାବଳ ବାଘ ଏ ଯାଏଁ କୌଣସି ମଣିଷର କ୍ଷୟ କ୍ଷତି କରନାହିଁ କାହା ଭା ଖବର ଆସିଛି କିଛି ପଶୁକୁ ଖାଇ ଦେଇଛି।ତାହାର ଟିକିନିଖି ଅନୁସନ୍ଧାନ କରୁଛି ଜଙ୍ଗଲ ବିଭାଗ।ବର୍ତ୍ତମାନ୍ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା କୁ ନେଇ ଭ୍ରାମିତ ନ ହେବାକୁ ବ୍ରହ୍ମପୁର ବନ ଖଣ୍ଡ ଅଧିକାରୀ ଟୁଇଟ କରି ସୂଚନା ଦେଇଛନ୍ତି ଅନ୍ୟପଟେ ବ୍ରହ୍ମପୁର ଏସ ପି ଡ଼ା.ଶ୍ରାବଣା ବିବେକ ଏମ ଅଧ୍ୟ ଲୋକଙ୍କୁ ମିଥ୍ୟା ଗୁଜବ ରେ ଭ୍ରମୀତ ନ ହେବାକୁ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post