କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ

ନବରଙ୍ଗପୁର : କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ନବରଙ୍ଗପୁର ଦୁଇ ଦିନିଆ ଜିଲା ଗସ୍ତରେ ଆସି ଆଜି ପାପଡ଼ାହାଣ୍ଡି ବ୍ଲକ ର ଅଙ୍ଗନବାଡ଼ି କେନ୍ଦ୍ର, ମୈଦଲପୁର ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ,ନବରଙ୍ଗପୁର ସଦର ମହକୁମା ମୁଖ୍ୟ ଡ଼ାକ୍ତରଖାନା ସ୍ଥିତ (ୱାନ୍ ଷ୍ଟପ ସେଣ୍ଟର )ସଖୀ କେନ୍ଦ୍ର, ଗାନ୍ଧୀ ଛକ ନିକଟସ୍ଥ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭ ଉଦଘାଟନ,ନବରଙ୍ଗପୁର ସହର ସଂଖାରି ସାହି ଲାଖ କାରିଗର ମାନଙ୍କ ପାଇଁ ଏକ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଗସ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯଥା ମମତା, ସୁଭଦ୍ରା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ତଳସ୍ତରରେ ପହଞ୍ଚି ଲାଭବାନ ହୋଇଥିବା ହିତାଧିକାରୀ ଙ୍କ ସହ ଆଲୋଚନା କରିଥିଲେ।କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ଲୋକସଭା ସାଂସଦ ଶ୍ରୀ ବଳଭଦ୍ର ମାଝୀ,ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀ ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଝରିଗାଁ ଶ୍ରୀ ନରସିଂହ ଭତ୍ରା,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ର ପ୍ରମୁଖ ଗସ୍ତ ରେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.