ମା’ ମହୁରୀକାଳୁଆଙ୍କୁ ଆରାଧନା : ଯାତ୍ରା ସକାଶେ ଆଙ୍କୋରଡ଼ା ଉତ୍ସବମୁଖର

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମରେ ମା’ ମହୁରୀ କାଳୁଆଙ୍କ ୪୧ ତମ ଯାତ୍ରା ମହୋତ୍ସବ ଅଷ୍ଟଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ବୁଧବାର ଠାରୁ ଶୁଭାରମ୍ଭ ହୋଇଯାଇଛି । ଯାତ୍ରାର ପ୍ରଥମ ଦିବସ ବୁଧବାର ମା’ଙ୍କୁ ମହୁରୀକାଳୁଆ ପୀଠରୁ ସ୍ବାଗତ ସମ୍ବର୍ଦ୍ଧନା କରି ଅଣାଯିବା ପରେ ପରେ ଶାଲା ସଂସ୍ମାର କରାଯାଇଥିଲା । ପରେ ମା’ଙ୍କୁ ସ୍ଥାନୀୟ ପୌରାଞ୍ଚଳ ବଇଁଚବଣିଆ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମର ଅସ୍ଥାୟୀ ମନ୍ଦିରରେ ଅବସ୍ଥାନ କରାଯାଇଥିଲା । ଯାତ୍ରାତ୍ସୋବ ସକାଶେ ଗ୍ରାମକୁ ରଙ୍ଗ ବେରଙ୍ଗ ବାନା ସାଙ୍ଗକୁ ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସୁସଜ୍ଜିତ କରାଯାଇଥିଲା । ଗ୍ରାମର ପ୍ରତ୍ୟେକ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସ୍ଥାପନ ସହ ସନ୍ଧ୍ୟାରେ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ ପୂର୍ବକ ମା’ଙ୍କୁ ସ୍ୱାଗତ କରାଯାଇଥିଲା । ବିଭିନ୍ନ ବାଦ୍ୟ ବାଜଣା, ଘଣ୍ଟ, କାହାଳୀର ତାଳେ ତାଳେ ମା’ ମହୁରୀକାଳୁଆଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା । ୮ ତାରିଖରେ ଅଧିବାସ ଓ ନାମଯଜ୍ଞ ଆରମ୍ଭ, ୧୧ ତାରିଖରେ ନାମଯଜ୍ଞ ପୁର୍ଣ୍ଣାହୁତି, ଅନ୍ନଯଜ୍ଞ ସହ ପ୍ରସାଦ ସେବନ, ୧୨ ତାରିଖରେ ଘୃତଯଜ୍ଞ ପୁର୍ଣ୍ଣାହୁତି ସହ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୩ ତାରିଖରେ ମାଙ୍କ ପ୍ରତ୍ୟାବର୍ତ୍ତନ ହେବ । କାର୍ଯ୍ୟକ୍ରମରେ ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଯାତ୍ରା କମିଟି ସଭାପତି ନିଳମଣି ପଟ୍ଟନାୟକ, ପ୍ୟାରୀମୋହନ ପାଢି, ଯାତ୍ରା କାର୍ଯ୍ୟକାରୀ ସଭାପତି ସନାତନ ନାହାକ, ପୂଜା କମିଟି ସଭାପତି ଯୋଗିନ୍ଦ୍ର ବେହେରା, ସମ୍ପାଦକ ଲକ୍ଷ୍ମଣ ରାଉତ, ଅରକ୍ଷିତ ବାଡତ୍ୟା, କାଉନସିଲର ଶ୍ୟାମଘନ ବେହେରା, ସନାତନ ନାହାକ, ଯୁଧିଷ୍ଟିର ସ୍ୱାଇଁ, ସଞ୍ଜୟ ସ୍ବାଇଁ, ଦୁର୍ଯ୍ୟୋଧନ ମୁନି, ସହଦେବ ସ୍ବାଇଁ, କିରଣ ନାହାକ, ସନ୍ତୋଷ ମହାରଣା, ବିଜୟ ନାହାକ, ସିତାରାମ ବେହେରା, ପିଣ୍ଟୁ ନାହାକ, ଦିଲ୍ଲିପ ସାମନ୍ତରା, ଅକ୍ଷୟ ପଟ୍ଟନାୟକ, କପି ନାହାକଙ୍କ ସମେତ ଗ୍ରାମ୍ୟ କମିଟି, ପୂଜା କମିଟି, ଯାତ୍ରା ପରିଚାଳନା କମିଟି କର୍ମକର୍ତ୍ତା ସଦସ୍ୟ ଓ ଗ୍ରାମର ବହୁ ମହିଳା ଓ ପୁରୁଷ ଭକ୍ତ ମା’ଙ୍କ ଘଟ ପରିକ୍ରମା ସମୟରେ ଉପସ୍ଥିତ ରହି ପ୍ରଭୂକୃପା ଲାଭ କରିଥିଲେ । ଶାନ୍ତି ଶୃଙ୍ଖଳା ସକାଶେ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗ୍ରାମରେ ସ୍ଵଛତା ପ୍ରତି ସ୍ବତନ୍ତ୍ର ଗୁରୁତ୍ଵ ପ୍ରଦାନ କରାଯାଇଥିଲା ଏବଂ ଓ୍ବାଟୋକ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ କରାଯାଇଥିଲା।

nis-ad
Leave A Reply

Your email address will not be published.