ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତହଁର ଋଷିକୂଲ୍ୟା ସେତୁ ନିକଟରେ ଯୁବକଙ୍କୁ ମାଡ ମାରି ମୋବାଇଲ୍ ଓ ଟଙ୍କା ଲୁଟ୍ ଘଟଣାରେ ହିଞ୍ଜିଳି ପୁଲିସ ୩ ଜଣ ଲୁଟେରାଙ୍କୁ ବୁଧବାର ଗିରଫ କରିଛି । ଗିରଫ ୩ ଜଣ ହେଲେ ହିଞ୍ଜିଳି ଥାନା ପିତଳ ସନ୍ତୋଷପୁର ପାତ୍ରସାହିର କାଳିଆ ପ୍ରଧାନ(୨୧), ରାଜେଶ ନାୟକ ଓରଫ୍ ରୁଦ୍ର (୨୧) ଓ ପିତଳ ଠାୁରାଣୀ ସାହିର ଦଣ୍ଡପାଣି ସାହୁ(୨୯) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୯୧୫/୨୪ରେ ଏକ ମାମଲା ରୁଜୁ କରି ବୁଧବାର ଶେରଗଡ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ.ଆଇ. ସୁରେଶ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ଗତ ୩୦ ତାରିଖ ରାତ୍ର ପ୍ରାୟ ସାଢେ ୯ ଘଣ୍ଟା ସମୟରେ ବୁଗୁଡା ଥାନା ବାରିକପଲ୍ଲୀ ଗ୍ରାମର କାହ୍ନୁ ଚରଣ ବିଷୋୟୀ ମୋଟର ସାଇକେଲ (ଓଡି୦୭ପି ୬୧୧୩) ଯୋଗେ ବ୍ରହ୍ମପୁର ଠାରୁ କାମ ସାରି ଗ୍ରାମକୁ ଫେରୁଥିଲେ । ଫେରିବା ବାଟରେ ହିଞ୍ଜିଳି ଥାନା ତହଁର ଋଷିକୂଲ୍ୟା ସେତୁ ନିକଟରେ ପିତଳ ଗ୍ରାମର ୩ ଜଣ ଯୁବକ କାଳିଆ, ରୁଦ୍ର ଓ ଦଣ୍ଡପାଣି ମିଶି କାହ୍ନୁଙ୍କୁ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମାଡ ମାରିଥିଲେ । ଆକ୍ରମଣରେ କାହ୍ନୁ ଗୁରୁତର ଆହତ ହୋଇ ତଲେ ପଡିଯିବା ପରେ ସଂପୃକ୍ତ ୩ ଜଣ ଯୁବକ କାହ୍ନୁଙ୍କ ପକେଟରୁ ଜୋର ଜବରଦସ୍ତ ମୋବାଇଲ୍ ଫୋନ୍ ସମେତ ମନିପର୍ସରେ ଥିବା ୧୧ ହଜାର ୫ଶହ ଟଙ୍କା ଲୁଟ୍ କରି ନେଇ ଯାଇତଲେ । ଘଟଣା ସର୍ମ୍ପକରେ ପୁଲିସ କିମ୍ବା କହାରିକୁ ଜଣାଇଲେ ହତ୍ୟା କରିବା ପାଇଁ ଧମକ ଦେବା ସହ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ପରେ କାହ୍ନୁ ଘଟଣା ସ୍ଥଳରୁ କୌଣସିମତେ ଗାଁକୁ ଆସି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଆହତ କାହ୍ନୁଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବୁଗୁଡା ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ହୋଇ କାହ୍ନୁ ବୁଧବାର ଘରକୁ ଫେରିବା ପରେ ଘଟଣା ସର୍ମ୍ପକରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନଂ- ୯୧୫/୨୪ରେ ଏକ ମାମଲା ରୁଜୁ କରି ପିତଳ ଗ୍ରାମରେ ଚଢାଉ କରି ୩ ଯୁୂବକଙ୍କୁ ଗିରଫ କରିଥିଲା ।
Sign in
Sign in
Recover your password.
A password will be e-mailed to you.