ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ କ୍ଷୁଦ୍ରଦାନା ଶଶ୍ୟ

ଫୁଲବାଣୀ: ଜିଲ୍ଲା ପ୍ରଶାସନ କନ୍ଧମାଳଙ୍କ ଦ୍ୱାରା ଟିକାବାଲି ଠାରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ କ୍ଷୁଦ୍ରଦାନା ଶସ୍ୟ କୁହାଯାଉଥିବା ମାଣ୍ଡିଆ, କୁଏରୀ, କାଙ୍ଗୁ, ସୁଆଁ ଭଳି ପାରମ୍ପରିକ ଶଶ୍ୟ ରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଆଦୃତ ହୋଇଥିଲା । ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଟିକାବାଲି ଅର୍ଣ୍ଣ କାର୍ଯ୍ୟକ୍ରମର ମିଳିତ ଉଦ୍ୟମରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ୩୦ ପ୍ରକାରର ସୁସ୍ୱାଦୁ ଖାଦ୍ୟ ଏଠାରେ ପ୍ରଦର୍ଶିତ ହୋଇଥିଲା । ଏହାକୁ କନ୍ଧମାଳ ଜିଲ୍ଲାପରିଷଦ ଉପାଧକ୍ଷା ସାଧବାଣୀ ନାୟକ ଉଦ୍ଘାଟନ କରିଥିବା ବେଳେ ଟିକାବାଲି ବ୍ଲକ୍ ଅଧ୍ୟକ୍ଷ ଦିଲ୍ଲିପ କୁମାର କହଁର ମାଣ୍ଡିଆ ର ଚାହିଦା କିପରି ଅଧିକରୁ ଅଧିକ ବଢିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ । କନ୍ଧମାଳ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ତୁଷାରକାନ୍ତି ସାମଲ ଅତିଥି ଭାବେ ଉପସ୍ଥିତ ରହି ପ୍ରସ୍ତୁତ ଖାଦ୍ୟର ତିଆରି ପ୍ରଣାଳୀ ସ୍ୱୟଂସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ପଚାରି ବୁଝିବା ସହ ଏହାର ଉପକାରିତା ବିଷୟରେ ବୁଝାଇଥିଲେ । ପାରମ୍ପରିକ ଢାଂଚାରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ମଧ୍ୟରେ ମାଣ୍ଡିଆ ପ୍ରସ୍ତୁତି ଦାନ୍ତି କିଲି , ନିମିକି, ପତ୍ର ପିଠା, ରାଷ୍କୋ, ମହୁ ଘର, ମଣ୍ଡା ପିଠା, ପତ୍ର ପୋଡା, କଖାରୁ ପୋଡ ପିଠା, କୁଏରି ଭାତ,ସଜନା କାଞି, ମକା ଳଡୁ, କୁଏରି କ୍ଷିରି, ବଦାଲି କାଞି ରହିଥିବା ବେଳେ ଟିକାବାଲି ଗୋଷ୍ଠି ଉନ୍ନୟନ ଅଧିକାରି ସାମିଲ ହୋଇ ମହିଳା ଓ ଚାଷୀ ମାନଙ୍କୁ ପାରମ୍ପରିକ ଖାଦ୍ୟର ଉପକାରିତା ଓ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ଭାଗନେଇ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାର ଆବଶ୍ୟକତା ବିଷୟରେ ଅବଗତ କରାଇଥ । କନ୍ଧମାଳ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରମୋଦ କୁମାର ସଡଙ୍ଗି ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଦେଖି ଏହାର ପ୍ରସ୍ତୁତି ପ୍ରଣାଳୀ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ କର୍ମୀ ସ୍ୱଧର୍ମ ରାଉତ ପରିଚାଳନା କରିଥିବାବେଳେ ଅନ୍ୟକର୍ମୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.