ଟିପିଏସ୍ଓଡିଏଲ୍ ପକ୍ଷରୁ ଗୁଣବତ୍ତା ମାସ ଆରମ୍ଭ

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପକ୍ଷରୁ ମାସ ବ୍ୟାପୀ “ଗୁଣବତ୍ତା ମାସ” ଆରମ୍ଭ ହୋଇଛି। ବୈଶ୍ଵିକ ଥିମ୍ “ଗୁଣବତ୍ତା: ଅନୁପାଳନ ଠାରୁ ପ୍ରଦର୍ଶନ”କୁ ନେଇ ଏହି କାର୍ଯ୍ୟକ୍ରମ ପାଳିତ ହେଉଅଛି। ଟିପିଏସ୍ଓଡିଏଲର ପ୍ରତ୍ୟେକ କାର୍ଯ୍ୟରେ ଗୁଣବତ୍ତାକୁ ବଜାୟ ରଖିବା ପାଇଁ ଏହି ପଦକ୍ଷେପ ବାର୍ତ୍ତା ଦେଉଛି।

ପ୍ରତି ବର୍ଷ ନଭେମ୍ବରରେ ବିଶ୍ବବ୍ୟାପୀ ପାଳିତ ହେଉଥିବା ଗୁଣବତ୍ତା ମାସ ଆଧାରରେ ଟିପିଏସ୍ଓଡିଏଲରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଉଛି। ଏଥିରେ କମ୍ପାନୀ ଦୈନନ୍ଦିନ କାର୍ଯ୍ୟରେ ଗୁଣବତ୍ତା ମାନଦଣ୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଉଛି। ଗୁଣବତ୍ତା ମାସର ଉଦଘାଟନୀ କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲର କର୍ପୋରେଟ କାର୍ଯ୍ୟାଳୟରେ ଶପଥ ପାଠ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ କମ୍ପାନୀର କର୍ମଚାରୀମାନେ ନିତିଦିନିଆ କାର୍ଯ୍ୟରେ ଉତ୍କର୍ଷତା ବଜାୟ ରଖିବା ପାଇଁ ଶପଥ ନେଇଥିଲେ। ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶପଥ ପାଠ କରିଥିଲେ।

ଏହି ଅବସରରେ ଗୁଣବତ୍ତାକୁ ନେଇ କମ୍ପାନୀର ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ଗର୍ଗ କହିଛନ୍ତି, “ଆମର ଉଦ୍ଦେଶ୍ୟ କେବଳ ଗୁଣବତ୍ତା ମାନକ ଅନୁପାଳନରେ ସୀମିତ ନୁହେଁ, ବରଂ ଆମେ କମ୍ପାନୀର ପ୍ରତ୍ୟେକ କାମରେ ଗୁଣବତ୍ତାକୁ ସାମିଲ କରିଛୁ। ଏହା ଦ୍ବାରା ଆମେ ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଯୋଗାଇବା ସହ ସେମାନଙ୍କ ବିଶ୍ଵାସଭାଜନ ହୋଇପାରିଛୁ। ଟିପିଏସ୍ଓଡିଏଲରେ ପାଳନ କରାଯାଉଥିବା ଏହି ଗୁଣବତ୍ତା ମାସ ଆମକୁ ଦୀର୍ଘସ୍ଥାୟୀ ଗୁଣାତ୍ମକ ସେବା ଯୋଗାଇବାରେ ସଶକ୍ତ କରିବା ସହ ଗୁଣବତ୍ତା ଉତ୍କର୍ଷତାର ଏକ ମାନଦଣ୍ଡ ସ୍ଥାପନ କରିବାରେ ସହାୟକ ହେବ।”

ଏହି ଉପଲକ୍ଷେ ନଭେମ୍ବର ମାସରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଗୁଣବତ୍ତା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ କର୍ମଚାରୀମାନେ ସାମିଲ ହେବା ସହ ନିରନ୍ତର ପ୍ରଗତିକୁ ଆଗେଇ ନେବା ପାଇଁ ପ୍ରେରଣା ପାଇବେ। ଏହି ପଦକ୍ଷେପରେ ପ୍ରକ୍ରିୟା ଉନ୍ନତିକରଣ କର୍ମଶାଳା, ୫ଏସ୍ ଉନ୍ନତୀକରଣ ପ୍ରତିଯୋଗିତା, କୁଇଜ୍, ସ୍ଲୋଗାନ, ପୋଷ୍ଟର, ପ୍ରବନ୍ଧ ଲିଖନ, କ୍ୱାଲିଟି ଇନିସିଏଟିଭ ପ୍ରତିଯୋଗିତା ଇତ୍ୟାଦି ଆୟୋଜିତ ହେବ। ପ୍ରତ୍ୟେକ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍କୃଷ୍ଟ ମାନଦଣ୍ଡ ପାଇଁ ପ୍ରେରଣା ଯୋଗାଇବା ସହ କମ୍ପାନୀର ଅପରେସନରେ ଗୁଣବତ୍ତାର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରାଯିବ।

ଏହି ଗୁଣବତ୍ତା ମାସ ପାଳନ ଦ୍ଵାରା ଟିପିଏସ୍ଓଡିଏଲ୍ ଗୁଣବତ୍ତା ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖିଛି। ଯାହା ଫଳରେ ଦକ୍ଷିଣ ଓଡ଼ିଶାରେ ଭରସାଯୋଗ୍ୟ ବିଦ୍ୟୁତ ବିତରଣ ଦିଗରେ କମ୍ପାନୀର ପ୍ରତିବଦ୍ଧତା ଆହୁରି ସୁଦୃଢ଼ ହେବା ସହ ଗୁଣବତ୍ତାର ଉନ୍ନତ ମାନଦଣ୍ଡ ସୁନିଶ୍ଚିତ ହୋଇପାରିବ ।

nis-ad
Leave A Reply

Your email address will not be published.