ମାଲକାନଗିରି : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏଫଏଲସି ହୋଲରେ ଡ୍ରାଫ୍ଟ ଇଲେକ୍ଟରାଲ ରୋଲକୁ ପ୍ରକାଶ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଈଶ୍ୱର ପାଟିଲ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତଥା ୧୪୭ ନିର୍ବାଚନ ମଣ୍ଡଳୀ ପଞ୍ଜିକରଣ ଅଧିକାରୀ ସୋମନାଥ ପ୍ରଧାନ, ଉପ ଜିଲ୍ଲାପାଳ ତଥା ୧୪୬-ନିର୍ବାଚନ ମଣ୍ଡଳୀ ପଞ୍ଜିକରଣ ଅଧିକାରୀ, ଦୁର୍ଯ୍ୟଧନ ଭୋଇ, ସହାୟକ ଜିଲ୍ଲାପାଳ, ଅଜୟ ମାଣ୍ଡାଙ୍ଗୀ ଓ ଅଶୋକ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ସମସ୍ତ ରାଜନୈତିକ ଦଳଙ୍କୁ ଏହି ପୁସ୍ତିକାକୁ ପ୍ରଦାନ କରଯାଇଛି ।
ସୂଚନା ଥାଉ କି ଜିଲ୍ଲାରେ ବର୍ତ୍ତମାନ ୪ ଲକ୍ଷ ୫୬ ହଜାର ୨୨୯ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୧ ହଜାର ୫୭ ପୁରୁଷ ଥିବା ବେଳେ ୨ ଲକ୍ଷ ୩୫ ହଜାର ୧୨୭ ଜଣ ମହିଳାଙ୍କ ସମେତ ୪୫ ଜଣ ଅନ୍ୟ ବର୍ଗର ରହିଛନ୍ତି । ଜିଲ୍ଲାରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଇଲେକ୍ଟରାଲ ରୋଲ ପୁସ୍ତିକାକୁ ସ୍ୱଚ୍ଛ ରଖିବା ନିମନ୍ତେ ବହୁତ ସତର୍କତା ଅବଲମ୍ବନ କରାଯାଇଛି । ୨, ୧୦, ୧୬ ଓ ୨୪ ନଭେମ୍ବରରେ ସ୍ବତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ କରାଯିବ। ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ବିଏଲଏ ନିୟୋଜିତ କରିବା ପାଇଁ କୁହାଯାଇଛି । ତଥ୍ୟ ସମ୍ପର୍କିତ ସମସ୍ତ ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୨୮ ନଭେମ୍ବର ପର୍ଯ୍ୟନ୍ତ ସମୟ ପ୍ରଦାନ କରାଯାଇଛି। ଫାଇନାଲ ଡ୍ରାଫ୍ଟ ରୋଲ ୬ ଜାନୁଆରୀରେ ପ୍ରକାଶ ପାଇବ। ବିଜେପି ପକ୍ଷରୁ ମାଣିକ ଲାଲ ଚକ୍ରବର୍ତ୍ତୀ, ବିଜେଡି ପକ୍ଷରୁ ମାନସ ମାଡ଼କାମୀ, ବିଏସପି ପକ୍ଷରୁ ଜାରାଶବର ମାଢୀ ଏବଂ ଆପ୍ ପକ୍ଷରୁ କେ ଦେଶୀ ରାଜୁ ଆଚାରୀ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଏବଂ ଜିଲ୍ଲା ନିର୍ବାଚନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post