ଅପମିଶ୍ରଣ ଓ ନିମ୍ନମାନ ଖାଦ୍ୟର ଗନ୍ତାଘର ବ୍ରହ୍ମପୁର ସହର : ମାଲ ନେଇ ଚୁପ ବସିଛି ମହାନଗର ନିଗମ..!!

ପ୍ରଶାସନ ର ଆଶୀର୍ବାଦ ରେ ବିନା ପଞ୍ଜିକରଣ ରେ ମାଳ ମାଳ ହୋଟେଲ…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅଧିକାଂଶ ହୋଟେଲ ରେ ଅଖାଦ୍ୟ ଦେଇ ଚଢ଼ା ଦରରେ ଖାଦ୍ୟ ପରସା ଯାଉଛି । ନା ଅଛି କ୍ଵାଲିଟି ନା ଅଛି କ୍ୱାଣ୍ଟିଟିର ସାର୍ଟିଫିକେଟ ବିନା ଜି.ଏସ.ଟି ରେ ପଞ୍ଜିକରଣ ନକରି ଗ୍ରାହକଙ୍କୁ ଲୁଟ କରାଯାଉଛି ବୋଲି ଅଭିଯୋଗ ହେଉଛି । ହୋଟେଲ ର ଖାଦ୍ୟ ର ଯାଞ୍ଚ ବି କରାଯାଉନି ଜିଲ୍ଲା ଖାଦ୍ୟ ଯାଞ୍ଚ ଅଧିକାରୀ ବଟି ନେଇ ଚୁପ l ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଜି.ଏସ.ଟି ବିଭାଗ ର ମୁଖିଆ କେବଳ ଶୀତତାପ ନିୟନ୍ତ୍ରଣ କକ୍ଷରେ ବସି ନିଜ ପକେଟ ଗରମ କରୁ ଥିବା ଫଳରେ ସରକାର ର ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଥିବା ଆଲୋଚନା ହେଉଛି। ଆସିକା ଓ ଭଞ୍ଜନଗର ରେ ଥିବା କାର୍ଯ୍ୟାଳୟ କେବଳ କାଗଜ ପତ୍ର ଯାଞ୍ଜ କରିବା ରେ ସୀମିତ ରହିଛି ଯାହାକି ଧର୍ମକୁ ଆଖି ଠାର ସଦୃଶ୍ୟ । ବିନା ଜି.ଏସ.ଟି ରେ ବଡ଼ ବଡ଼ ହୋଟେଲ କରି କୌଣସି ଟ୍ୟାକ୍ସ ନଦେଇ ଗ୍ରାହକଙ୍କୁ ଲୁଟୁଥିଲେ ବି ଏହି ସବୁ ହୋଟେଲ ଉପରେ ଚଢ଼ାଉ ହେଉନାହିଁ। ମୁଖିଆ ଓ ବାବୁ ମାନଙ୍କୁ ଏହି ବିନା ପଞ୍ଜିକରଣ ହୋଟେଲ ରୁ ସବୁ ବେଳେ ଭଲ ଭଲ ଖାଦ୍ୟ ବରାତ ଅନୁଯାଇ ମାଗଣା ରେ ଯୋଗାଇ ଦେଉଥିବା ଚର୍ଚ୍ଚା ହେଉଛି। ବାବୁ ମାନଙ୍କ ପାଇଁ ମାଗଣା ଭଲ ଖାଦ୍ୟ ଦେବା ଫଳରେ ବିନା ପଞ୍ଜିକରଣ ରେ ଦୀର୍ଘ ବର୍ଷ ହେଲା ଏହି ସବୁ ହୋଟେଲ ଚାଲୁଛି। ବାବୁ ମାନଙ୍କ ପେଟ ଭର୍ତ୍ତି ଓ ପକେଟ ଭର୍ତ୍ତି ରେ ଚାଲିଛି ଏ କାରବାର। ତେଲ ମସଲା ଅପମିଶ୍ରଣ କରି ହୋଟେଲ ଗୁଡ଼ିକ ରେ ଚଢ଼ା ଦରରେ ଖାଦ୍ୟ ବିକ୍ରି ହେଉଥିଲେ ବି ଖାଦ୍ୟର ମାନ କେବେବି ଯାଞ୍ଜ ହୋଇନାହିଁ। ଗଞ୍ଜାମ ଜିଲ୍ଲାରେ ଜି.ଏସ.ଟି, ଯୋଗାଣ ଓ ଫୁଡ଼ଯାଞ୍ଜ ଅଧିକାରୀ ମାନେ କେବଳ ନାମକୁ ମାତ୍ର କହିଲେ କିଛି ବି ଭୁଲ ହେବ ନାହିଁ l ସବୁଠାରୁ ସ୍ପର୍ଶ କାତର ସହର ହେଉଛି ବ୍ରହ୍ମପୁର ଯାହାକି ଅପମିଶ୍ରଣ ର ଗନ୍ତାଘର ବ୍ରହ୍ମପୁର ମହାନଗର ନିଗମ ଅଧିକାରୀ କିମ୍ବା ବ୍ରହ୍ମପୁର ମେୟର କୌଣସି ହୋଟେଲ ଯାଞ୍ଚ କରିବା ନଜିର ବି ନାହିଁ କାଣି ବିରାଡ଼ି ର କୁଜି ଅସରପା ଉପରେ ଦାଉ ପରି ଲୋକ ଦେଖାଣିଆ ଛୋଟ ଛୋଟ ଉପରେ ଚଢାଉ କରନ୍ତି ତାହାବି ଯଦି ଏହି ହୋଟେଲ କିମ୍ବା ଫାଷ୍ଟ ଫୁଡ ଵାଲା ମାସିକିଆ ଫିକ୍ସ ନକରି ଥାଏ l ବିଏମସି ରେ ଥିବା ଖାଦ୍ୟ ଯାଞ୍ଚ ଅଧିକାରୀ ନିଜ ପକେଟ ଓ ପେଟ ଗରମ କରି ନିଘୋଡ଼ ନିଦରେ ବୋଲି ଚର୍ଚ୍ଚା l ଭୁବନେଶ୍ୱର, କଟକ ରେ ଥିବା ମହାନଗର ନିଗମ ଅଧିକାରୀ ଓ ମେୟର ହୋଟେଲ ଓ ଫାଷ୍ଟ ଫୁଡ ଦୋକାନ ର ଖାଦ୍ୟ ର ମାନ ନିର୍ଧାରଣ କରୁଥିବା ଦେଖିବାକୁ ମିଳୁଛି କିନ୍ତୁ ବ୍ରହ୍ମପୁର ଏହା ବ୍ୟତିକ୍ରମ l ମେୟର ଠାରୁ ଆରମ୍ଭ କରି ଅଫିସର ମାନେ କେବଳ ନିଜ ସ୍ୱାର୍ଥ ହିଁ ଦେଖିବା ଅଭିଯୋଗ ହେଉଛି l ଏଠାରେ ପାଣି ଠାରୁ ଖାଦ୍ୟ ସବୁ ଅପମିଶ୍ରଣ ତଥାପି ଯାଞ୍ଚ ନାହିଁ l ବଡ଼ ବଡ଼ ଦାମୀ ହୋଟେଲ ଏମାନଙ୍କ ଗେଲ୍ହା ପୁଅ ସୂଚନା ଥାଉକି ବ୍ରହ୍ମପୁର ସହରର ଏକ ଦାମୀ ହୋଟେଲ ପ୍ରତି ପୋଲିସ ଠାରୁ ପ୍ରଶାସନ ଯାଏ ବହୁତ ଅନୁକମ୍ପା ରହିଥିବା କୁ ନେଇ ବି ସାଧାରଣ ରେ ଚର୍ଚ୍ଚା ହେଉଛି

nis-ad
Leave A Reply

Your email address will not be published.