ଏଟିଏମ୍ କାର୍ଡ ବଦଳାଇ ୫୨ ହଜାର ଟଙ୍କା ଲୁଟ…


ହିଞ୍ଜିଳିକାଟୁ : ଏଟିଏମ୍ ରେ ଚତୁରତାର ସହ କାର୍ଡ ବଦଳାଇ ପ୍ରାୟ ୫୨ ହଜାର ଟଙ୍କା ଲୁଟ ହୋଇଥିବା ହିଞ୍ଜିଳି ଥାନା ରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ହିଞ୍ଜିଳି ବଡସାହିର ଉଦୟନାଥ ଗଉଡ ଗତ ୧୮ ତାରିଖରେ ହିଞ୍ଜିଳିକାଟୁ ଏସବିଆଇ ଶାଖା ଏଟିଏମ୍ ରୁ ୨ ହଜାର ଟଙ୍କା ଉଠାଇବା ପାଇଁ ଯାଇଥିଲେ। ସେଠାରେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କ ପଛରେ ରହି ଏଟିଏମ୍ ପିନ୍ ଲକ୍ଷ୍ୟ କରିଥିଲେ। ପରେ ଉଦୟନାଥ ଟଙ୍କା ଗଣିବା ବେଳେ ଅପରିଚିତ ବ୍ୟକ୍ତି ଜଣଙ୍କ କୌଶଳ କ୍ରମେ ତାଙ୍କର ଏଟିଏମ୍ କାର୍ଡ ବଦଳରେ ଅବିକଳ ସେହିପରି ଦିଶୁଥିବାର ଅନ୍ୟ ଏକ କାର୍ଡ ଦେଇଥିଲେ। ଉଦୟନାଥ ଘରକୁ ଫେରିବା ପରେ ତାଙ୍କର ଏକାଉଣ୍ଟ୍ ରୁ ୧୦ହଜାର ଟଙ୍କା ଉଠା ଯାଇଥିବା ମେସେଜ ପାଇଲେ। ଗତ ୨୧ରେ ଉଦୟନାଥ ବ୍ୟାଙ୍କ ଶାଖାକୁ ଯାଇ ତାଙ୍କର ଏକାଉଣ୍ଟ୍ ଯାଞ୍ଚ ପରେ ତାଙ୍କର ଏକାଉଣ୍ଟ୍ ରୁ ୫୨୩୮୦ ଟଙ୍କା ତାଙ୍କ ଅଜାଣତରେ ଲୁଟ୍ ହୋଇଥିବା ଜାଣି ଥାନାରେ ଏତଲା ଦେଇଛନ୍ତି। ଏଥି ନେଇ ଥାନା ରେ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ ଚଳାଇଛି।

nis-ad
Leave A Reply

Your email address will not be published.