ଶ୍ରୀ ଅନ୍ନ ଯୋଜନାରେ ମାଣ୍ଡିଆ ଖାଦ୍ୟ ପ୍ରତି ଗୁରୁତ୍ୱ…

ବଡ଼ଗାଁ/ ସୁନ୍ଦରଗଡ – ୨୪/୧୦/୨୪ ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଟିମନା ଗ୍ରାପ ପଞ୍ଚାୟତର ଘୁଘୁରିବେରନା ଗ୍ରାମରେ ଶ୍ରୀ ଅନ୍ନ ଯୋଜନାରେ ମାଣ୍ଡିଆ ଖାଦ୍ୟ ଓ ଲୁପ୍ତ ହୋଇଯାଉଥିବା ପାରମ୍ପରିକ ଖାଦ୍ୟ,ଶସ୍ୟ ଓ ପାରମ୍ପରିକ କୃଷି ଐତିହ୍ୟକୁ ଉଜ୍ଜୀବିତ ରଖିବା ପାଇଁ ଏକ ଖାଦ୍ୟ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ମାଣ୍ଡିଆ ଓ ଆମର ପାରମ୍ପରିକ ଖାଦ୍ୟ ଆମ ଖାଦ୍ୟ ପୁଟୁଳିରେ ଅନେକ ଦିନରୁ ଏହି ଆସିଛି।ମାତ୍ର ଆଧୁନିକତାର ଚାପରେ ଲୁଚି ଯାଉଥିଲା ସେହି ଖାଦ୍ୟ। ମାତ୍ର ପରବର୍ତ୍ତୀ ସମୟରେ ସେହି ଖାଦ୍ୟର ଜନପ୍ରିୟତା ବୃଦ୍ଧି ପାଇଥିଲା ଓଡ଼ିଶାର ଶ୍ରୀ ଅନ୍ନ ଯୋଜନାରେ। ଏହି ଧାରାକୁ ଆଗକୁ ବଢାଇ ନେବା ପାଇଁ ତଥା ପ୍ରଚାର ଓ ପ୍ରସାର ପାଇଁ ଆଜିର କାର୍ଯ୍ୟକ୍ରମ ଅନେକ ମହତ୍ତ୍ଵ ରଖିଛି। ଆଜିର ଏହି କାର୍ଯ୍ୟକ୍ରମରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶନ ସହିତ ଲୁପ୍ତ ହୋଇ ଯାଉଥିବା ଡାଲି ଓ ତୈଳଜାତୀୟ ମଞ୍ଜି, ପନି ପରିବା ମଞ୍ଜି, ଜଙ୍ଗଲ ଜାତୀୟ ଫଳମୂଳ,ଶାଗ, ଫୁଲ ଜାତୀୟ ଖାଦ୍ୟ, କନ୍ଦମୂଳ, ବିଭିନ୍ନ ପତ୍ରଗୁଣ୍ଡ ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ରିତୁ ରାଣୀ କାଲୋ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ଏହି ଅବସରରେ ଟିମନା ସରପଞ୍ଚ ସୁରତି ବାଡ଼ା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ତତ୍ ସଙ୍ଗେ ସଙ୍ଗେ ଗ୍ରାମର ୱାର୍ଡ ମେମ୍ବର, କୃଷକ ସାଥି, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ, କୃଷକ ଓ ଗ୍ରାମର ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ସାମଜିକ ସେବା ସଦନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସାମାଜିକ ସେବା ସଦନର ବ୍ଲକ ସଂଯୋଜକ ଜନ୍ ତିର୍କି, ସହ ସଂଯୋଜକ ମୋନିଷା କୁଜୁର ସଂଚାଳିତ କରିଥିଲେ। ଏହି ଅବସରରେ ଅଭିଷେକ କୁଜୁର୍, ମମତା ମିଞ୍ଜ, ଜିଶୁଡ଼ାସ ଟପ୍ନୋ, ମଳୟ କୁଆ, ସୁରତ ଆଇନ୍ଦ୍, ରାଜେନ୍ଦ୍ର ନାଏକ, ରେବତୀ ଦଣ୍ଡସେନା , ଫ୍ଲୋରିତା ଡୁଙ୍ଗଡୁଙ୍ଗ, କ୍ରେସେନ୍ସିଆ ଟପ୍ନୋ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.