ନଳବଣ୍ଟା ଗୁପ୍ତ ଗୋଦାମ ରୁ ହେଉଛି ବାଣ ଚାଲାଣ : ଚଢ଼ାଉ ହେବ କେବେ ….?

ଜବତ ହୋଇଥିବା ବାଣ ଯାଉଛି କୁଆଡେ…???


ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଇଲାକାର ନଳ ବଣ୍ଟା ଗ୍ରାମରେ ବର୍ଷ ତମାନ ବେଆଇନ ଭାବେ ବାଣ ପ୍ରସ୍ତୁତ ହୁଏ। ନଳବଣ୍ଟା ବାଣର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ବି ରହିଛି। ପ୍ରଶାସନର ଆଶୀର୍ବାଦ ଯୋଗୁଁ ଏଠାରେ ବର୍ଷ ତମାମ ବିଭିନ୍ନ ପ୍ରକାରର ବାଣ ପ୍ରସ୍ତୁତ ହେବାର ନଜିର ରହିଛି। ଉପରୁ ଯଦି ନିର୍ଦ୍ଧେଶ ଆସିଲେ ଯେବେବି ଚଢ଼ାଉ ହେଲେ ବାଣ ଜବତ ହୁଏ। ଏଠାକୁ ରାଜ୍ୟ ସମେତ ରାଜ୍ୟ ବାହାରରୁ ବାଣ ପ୍ରସ୍ତୁତ ପାଇଁ ବିଭିନ୍ନ ପ୍ରକାରର ବାରୁଦ ଆସେ। କିଛି ସରକାରୀ ବାବୁ ମାନେ ଅର୍ଥ ପାଇଁ ଜୀବନ ମରଣ ସକାଶେ ନାବାଳକ ନାବାଳିକା ମାନଙ୍କୁ ଏହି ବିପଦ ଜନକ କାର୍ଯ୍ୟ ରେ ବ୍ୟବସାୟୀ ମାନେ ନିୟୋଜିତ କଲେବି ଚୁପଚାପ ରହିବାକୁ ବାଧ୍ୟ ହେଉଛନ୍ତି। ଅଘଟଣ ଘଟିଲେ ଜିଲ୍ଲାର ବଡ଼ ବାବୁଙ୍କ ଉପରେ ଚାପ ପଡ଼ିଲେ ଚଢ଼ାଉ ହୁଏ କିନ୍ତୁ ପୂର୍ବରୁ ସୂଚନ ଦେଇ। ବାଣ ପ୍ରସ୍ତୁତି ବେଳେ ଅଘଟଣ ଘଟି ବହୁ ଧନ ଜୀବନ ନଷ୍ଟ ହେବାର ନଜିର ଥିଲେବି ଅଧିକା ଲାଭ ଯୋଗୁଁ ଗାଁର ଅଧିକାଂଶ ପରିବାର ବାଣ ପ୍ରସ୍ତୁତ କରନ୍ତି। ଦଶହରା ପୂର୍ବରୁ ଗଣ ମାଧ୍ୟମ ରେ ଖବର ପ୍ରକାଶ ହେବା ପରେ ପୋଲିସ ପକ୍ଷରୁ ଧର୍ମକୁ ଆଖିଠାର ଭଳି ଚଢ଼ାଉ ହୋଇଥିଲା। ଦୀପାବଳୀର ଦୁଇ ଦିନ ପୂର୍ବରୁ ବି ବାଣ ଦୋକାନ ଉପରେ ଲୋକ ଦେଖାଣିଆ ଭାବେ ଚଢ଼ାଉ ହୁଏ ଜବତ ବାଣ ଜିଲ୍ଲାର ବଡ଼ ବାବୁ ମାନଙ୍କ ନିକଟକୁ ମଧ୍ୟ ପଠା ଯାଉଥିବାର ଚର୍ଚ୍ଚା ହୁଏ ଏହାର ନଜିର ବି ରହିଛି। ଦିନରେ ଜବତ ବାଣକୁ ପଛ ପଟେ ପୁଣି ଜବତ ହୋଇଥିବା ବାଣକୁ ଦୋକାନୀଙ୍କୁ ରାତ୍ର ସମୟରେ ମୂଲଚାଲ କରି ଦିଆ ଯାଇଥିବା ନେଇ ଚର୍ଚ୍ଚାବି ହୁଏ। ଗଞ୍ଜାମ ଏସପି ଅଚାନକ ଚଢ଼ାଉ କରିଲେ ବାଣର ଅସଲ ଗୁମର ଖୋଲିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଏଠାରେ ସୂଚନା ଥାଉକି ପୋଲିସ ଜବତ କରିଥିବା ବାଣ ଯାଉଛି କୁଆଡେ..? ନା ବାବୁ ମାନଙ୍କ ଦୀପାବଳି ପାଇଁ ବଣ୍ଟନ ହେଉଛି l ଏହା କେବଳ ଧର୍ମକୁ ଆଖି ଠାର ପରି ଚଢାଉ ବୋଲି ମନେ ହୁଏ l ବାଣ ମାଫିଆ ଓ ବେପାରୀ ପ୍ରଶାସନ ସହିତ ଏକ ରକମ ଫିକ୍ସଙ୍ଗ କରିଛନ୍ତି ମନେ ହୁଏ ଲୋକେ ଏଠାରେ ଜଳକା l ଗଞ୍ଜାମ ଏସପି ଏବଂ ବ୍ରହ୍ମପୁର ଏସପି ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଅଭିଯୋଗ ହେଉଛି l

nis-ad
Leave A Reply

Your email address will not be published.