ବାତ୍ୟା ପାଇଁ ନବୀନଙ୍କ ବାର୍ତ୍ତା, ଭୟଭୀତ ନହୋଇ ସଜାଗ ରୁହ

ଭୁବନେଶ୍ୱର: ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ଯା ‘ଦାନା’। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା।

ତେବେ ବାତ୍ଯାର ମୁକାବିଲା କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ଓଡିଶାବାସୀଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି।

ସେ କହିଛନ୍ତି ଯେ “ସଚେତନତା ଓ ସତର୍କତା ହିଁ ସମ୍ଭାବ୍ୟ ବାତ୍ୟା ‘ଦାନା’ରୁ ଆମକୁ ସୁରକ୍ଷିତ କରିବ। ବିଭିନ୍ନ ସମୟରେ ବାତ୍ୟା ଆସିଛି, ଆଉ ଆମେ ଏହାର ଦୃଢ଼ତାର ସହ ମୁକାବିଲା କରିଛେ। ସବୁ ବାତ୍ୟା ପରି ଏଥର ମଧ୍ୟ ସୁରକ୍ଷିତ ରହିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା। ନିଜର ଏବଂ ପ୍ରିୟଜନଙ୍କ ଯତ୍ନ ନେବା। ଭୟଭୀତ ନ ହୋଇ, ଆମେ ସମସ୍ତେ ସଜାଗ ରହିବା”।

nis-ad
Leave A Reply

Your email address will not be published.