ଭିତରକନିକାରୁ ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଦାନା’

ଭୁବନେଶ୍ୱର: ଭିତରକନିକା ଓ ଧମରା ନିକଟରେ ଲ୍ୟାଣ୍ଡଫଲ । ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ସ୍ଥଳ ଚିହ୍ନଟ ହେଲା । ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ।  ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ ।  ସ୍ଥଳ ବିଶେଷରେ ପବନର ବେଗ ୧୨୦ କିମିକୁ ବଢିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।  ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରଭାବ ପଡ଼ିବ ।  ଏବେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଆଗକୁ ବଢ଼ୁଛି ବାତ୍ୟା ।

ଆଜି ସକାଳେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ଉତ୍ତରପୂର୍ବ ଦିଗରେ ଘଣ୍ଟାକୁ ୧୫ କିଲୋମିଟର ବେଗରେ ଆଗକୁ ବଢ଼ୁଛି ।  ଏବେ ପାରାଦୀପ ଠାରୁ ଦକ୍ଷିପୂର୍ବ ଦିଗରେ ୫୨୦ କିଲୋମିଟର ଦୂରରେ ରହିଛି ବାତ୍ୟା ।  ସେହିପରି ସାଗର ଆଇଲ୍ୟାଣ୍ଡ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବକୁ ୬୦୦ କିଲୋମିଟର ଦୂରରେ ରହିଛି । ବାଂଲାଦେଶ ଖେପୁପଡ଼ାର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗକୁ ୬୧୦ କିଲୋମିଟର ଦୂରରେ ରହିଛି । ୨୪ ରାତି ଓ ୨୫ ତାରିଖ ସକାଳ ଭିତରେ ପୁରୀ ଓ ସାଗର ଆଇଲ୍ୟାଣ୍ଡ ମଧ୍ୟରେ ଭିତର କନିକା ଓ ଧାମରା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ।

nis-ad
Leave A Reply

Your email address will not be published.